୨ ବର୍ଷ ପରେ ସ୍ନାନ ବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

0

ପୁରୀ(ଓଡ଼ିଆ ନ୍ୟୁଜ୍‌): ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦୀର୍ଘ ଦୁଇବର୍ଷ ପରେ ସ୍ନାନ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଆଉ କିଛି ସମୟର ଅପେକ୍ଷାପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କିୁଛନ୍ତି ଚତୁଦ୍ଧାପୂର୍ତ୍ତି। ମଧ୍ୟରାତ୍ରୀରୁ ଏନେି ରାତିରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି । ରାତି ୩ଟା ୩୦ରୁ ମଙ୍ଗଳାର୍ପଣ ହୋଇ ୪ଟାରୁ ୬ଟା ମଧ୍ୟରେ ପହଣ୍ଡି କରାଯାଇଛି । ୭ଟାରେ ତଡ଼ପ ଲାଗି , ୮ଟାରେ ଅବକାଶ ନୀତି, ୯ଟାରେ ସୂର‌୍ୟ୍ୟ ପୂଜା, ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଜଳବିଜେ, ପୂଜା ଓ ସ୍ନାନ କାର‌୍ୟ୍ୟ ସରିଛି। ଏହା ପରେ ୧୨ଟା ୧୫ରେ ମହାପ୍ରଭୁଙ୍କୁ ନୂଆ ଲୁଗା ଲାଗି ବେଶ କରାଯାଇଛି । ଆଉ ଅଳ୍ନ ସମୟ ପରେ ଛେରା ପହଁରା ପରେ ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ସନ୍ଧ୍ୟା ୬ଟାରେ ସାହାଣ ମେଲା ଓ ରାତି ୧୦ଟାରୁ ଗୋଟାଏ ମଧ୍ୟରେ ଅନୁଷ୍ଠିତ ହେବ ବାହୁଡ଼ା ପହଣ୍ଡି ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ସହ ପୁରୀରେ ୫ସ୍ତରୀୟ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.