ଋଷର ବିମାନ ବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ କଲା ୟୁକ୍ରେନ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଋଷରେ ପୁଣି ଡ୍ରୋନ୍ ଆକ୍ରମଣ କଲା ୟୁକ୍ରେନ୍ । ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣ ଯୋଗୁଁ ମଙ୍ଗଳବାର ରାତିରେ ଏଷ୍ଟୋନିଆ ନିକଟରେ ଥିବା ରୁଷ୍‌ର ପସ୍କୋଭ୍‌ ବିମାନ ବନ୍ଦରରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା କଥା ଆଞ୍ଚଳିକ ଗଭର୍ଣ୍ଣର୍‌ ମିଖାଇଲ୍‌ ବେଦେର୍ଣ୍ଣିକୋଭ୍‌ କହିଛନ୍ତି। ଡ୍ରୋନ୍‌ ଆକ୍ରମଣଜନିତ ଅଗ୍ନିକାଣ୍ଡର ଭିଡିଓ ମଧ୍ୟ ବେଦେର୍ଣ୍ଣିକୋଭ୍‌ ‘ଟେଲିଗ୍ରାମ୍‌’ରେ ପୋଷ୍ଟ୍‌ କରିଛନ୍ତି। ଏହି ଭିଡିଓରେ ବିସ୍ଫୋରଣ ଓ ସାଇରନ୍‌ ଶବ୍ଦ ଶୁଣାଯାଉଛି। ସେ ଲେଖିଛନ୍ତି ପସ୍କୋଭ୍‌ ବିମାନବନ୍ଦରକୁ ଡ୍ରୋନ୍‌ ଆକ୍ରମଣ ଛାରଖାର କରିପକାଇଛି।

କିନ୍ତୁ, ଏହି ଡ୍ରୋନ୍‌ ଆକ୍ରମଣ ଯୋଗୁଁ କେହି ପ୍ରାଣ ହରାଇ ନ ଥିବା କଥା ସେ କହିଛନ୍ତି। ସରକାରୀ ଅଧିକାରୀମାନେ କହିଛନ୍ତି, ଏହି ଆକ୍ରମଣ ଯୋଗୁଁ ୪ଟି ରୁଷୀୟ ପରିବହନ ବିମାନ ନଷ୍ଟ ହୋଇଯାଇଛି। ରାଷ୍ଟ୍ରାୟତ ଗଣମାଧ୍ୟମ ‘ଟାସ୍‌’ ରିପୋର୍ଟ କରିଛି ଯେ, ‘ଆଇ୧-୭୬’ ସେନା ପରିବହନ ବିମାନ ସବୁ ନଷ୍ଟ ହୋଇଯାଇଥିବା କଥା ସରକାରୀ ଅଧିକାରୀମାନେ ସୁନିଶ୍ଚିତ କରିଛନ୍ତି।

Leave A Reply

Your email address will not be published.