ଜି-୭ ଶିଖର ସମ୍ମିଳନୀରେ ମୋଦିଙ୍କୁ ଭେଟିବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ଜି-୭ ଶିଖର ସମ୍ମିଳନୀ ଅବସରରେ ୟୁକ୍ରେନର ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିବାର ସମ୍ଭାବନା ରହିଛି । ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଦୁଇ ନେତା ପରସ୍ପରକୁ ଭେଟିବେ ।ୟୁକ୍ରେନର ରାଷ୍ଟ୍ରପତି  ଜେଲେନସ୍କି ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ ଏବଂ ଶନିବାର ହିରୋସିମାରେ ପହଞ୍ଚିବେ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିରୋସିମାରେ ପହଞ୍ଚିସାରିଛନ୍ତି ଯେଉଁଠାରେ ସେ ଜି-୭ ନେତାଙ୍କୁ ଭେଟିବା ସହ କ୍ୱାଡ୍ ଲିଡରସିପ୍ ଶିଖର ସମ୍ମିଳନୀରେ ଯୋଗ ଦେବେ ।ଚଳିତ ବର୍ଷ ପ୍ରାରମ୍ଭରେ ୟୁକ୍ରେନର ଉପବୈଦେଶିକ ମନ୍ତ୍ରୀ ଏମିନ ଜାପାରୋଭା ନୂଆଦିଲ୍ଲୀ ଗସ୍ତ କରି ୟୁକ୍ରେନର ଶାନ୍ତି ଯୋଜନାକୁ ସମର୍ଥନ କରିବାକୁ ଭାରତକୁ ଅନୁରୋଧ କରିଥିଲେ ।

ଏହା ସହିତ ଭାରତରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗ ଦେବାକୁ ଜେଲେନସ୍କିଙ୍କୁ ଆମନ୍ତ୍ରଣ କରିବାକୁ ସେ ଅନୁରୋଧ କରିଥିଲେ।ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଥରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି । ସେପ୍ଟେମ୍ବର ୨୦୨୨ରେ ଉଜ୍ବେକିସ୍ତାନର ସମରକନ୍ଦରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ଅବସରରେ ସେ ପୁଟିନଙ୍କୁ ଭେଟିଥିଲେ।

ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଥିଲେ ଯେ ଏହା ଯୁଦ୍ଧର ଯୁଗ ନୁହେଁ। ମୋଦୀଙ୍କ ଏହି ବୟାନକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ହୋଇଥିଲା । ଏବେ ଦୁହିଁଙ୍କ ଭେଟ ସମ୍ପର୍କରେ ସବୁଠି ଚର୍ଚ୍ଚା ହେଉଛି ।

 

Leave A Reply

Your email address will not be published.