‘ବିପର୍ଯ୍ୟୟ’ ବାତ୍ୟା କାରଣରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ୧୭ ତାରିଖ ଓଡିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ: ପୃଥ୍ୱୀରାଜ ହରିଚନ୍ଦନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଆସନ୍ତା ୧୫ ତାରିଖ ଗୁରୁବାର ଦିନ ଗୁଜୁରାଟ ରାଜ୍ୟର ଉପକୁଳବର୍ତୀ ସ୍ଥଳଭାଗ ଛୁଇଁବା ସହ ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ଘଟିବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ବିପର୍ଯ୍ୟୟ ସ୍ଥିତିର ମୁକାବିଲା କରିବା ପାଇଁ ଏବଂ ଧନଜୀବନ କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହା ପାଣିପାଗ ବିଭାଗ, ଏନଡିଆରଏଫ୍ ସହ ମିଶି ପ୍ରତି ମୁହୁର୍ତରେ ସ୍ଥିତିର ସମୀକ୍ଷା କରୁଛନ୍ତି । ପାଖାପାଖି ୪୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବିପର୍ଯ୍ୟୟ ବାତ୍ୟାର ଭୟାଭୟତାକୁ ଉପଲବ୍ଧ କରିବା ସହ ସ୍ଥିତିର ମୁକାବିଲା କରିବା ଦୃଷ୍ଟିକୋଣରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କ ଆସନ୍ତା ୧୭ ତାରିଖ ଓଡିଶା ଗସ୍ତ କାର୍ଯ୍ୟକ୍ରମକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଏହି ସଂକଟ ଟଳିବା ପରେ ବହୁ ଶୀଘ୍ର ଶ୍ରୀ ଶାହାଙ୍କ ଗସ୍ତ କାର୍ଯ୍ୟକ୍ରମର ତାରିଖ ଧାର୍ଯ୍ୟ ହେବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଅପର ପକ୍ଷରେ ଆସନ୍ତା ୨୨ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି ନଡ୍ଡାଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମରେ କୈାଣସି ପରିବର୍ତନ ହୋଇନାହିଁ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି । ଏହି ଅବସରରେ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍ ଉପସ୍ଥିତ ଥିଲେ ।

Leave A Reply

Your email address will not be published.