ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ପଶୁପତି ପାରସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ର ମନ୍ତ୍ରୀ ପଶୁପତି ପାରସ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ।  ବିହାରରେ NDAର ସିଟ୍‌ ସେୟାରିଂରେ RLJP ପାର୍ଟିକୁ ଗୋଟିଏ ବି ସିଟ୍‌ ନ ଦେବାରୁ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପଶୁପତି ପାରସ।  ସୋମବାର ଦିନ ଦିଲ୍ଲୀରେ ଏନଡିଏ ଦ୍ୱାରା ବିହାରର ସମସ୍ତ ୪୦ ଲୋକସଭା ସିଟ ବଣ୍ଟନ ପାଇଁ ଘୋଷଣା ପରେ ପାରସ ନିଜ ସରକାରୀ ଆବାସରେ ଦଳର ନେତାମାନଙ୍କ ସହ ବୈଠକ କରିଥିଲେ ।

କୁହାଯାଉଛି ଯେ, ଏହି ଦଳୀୟ ବୈଠକରେ ସେ ଏନଡିଏ ସହ ସଂପର୍କ ଭାଙ୍ଗି ମହାଗଠବନ୍ଧନରେ ଯୋଗ ଦେବାର ନିଷ୍ପତ୍ତି ନେଇଛନ୍ତି |  ଆଗାମୀ ଲୋକସଭା ନିର୍ବାଚନରେ ଲଢ଼ିବାକୁ ଆମକୁ ଗୋଟିଏ ବି ଆସନ ଦିଆଯାଇନଥିଲା। ପାଶୁପତି ପରାସ ମୋଦୀ ସରକାରରେ ଖାଦ୍ୟ ଏବଂ ପ୍ରକ୍ରିୟାକରଣ ମନ୍ତ୍ରୀ ଥିଲେ | ଅନେକ ଦିନ ଧରି ଚାଲିଆସୁଥିବା ବିବାଦ ମଧ୍ୟରେ ସୋମବାର ଦିନ ବିହାରର ଏନଡିଏ ସିଟ ସେୟାରିଂର ଫର୍ମୁଲା ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ବିହାରର ୪୦ ସିଟରୁ ୧୭ ସିଟରେ ବିଜେପି, ୧୬ଟି ସିଟରେ ଜେଡିୟୁ, ପାଞ୍ଚଟିରେ ଏଲଜେପି ଏବଂ ବାକି ୨ଟିରେ ଜଣେ-ଜଣେ ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ଏବଂ ଉପେନ୍ଦ୍ର କୁଶବାହାର ଜାତୀୟ ଲୋକ ମୋର୍ଚ୍ଚା ନିର୍ବାଚନ ଲଢିବେ ।

ସିଟ ସେୟାରିଂ ଅନୁଯାୟୀ, ଚାଚା ପଶୁପତି ପାରସକୁ ଗୋଟିଏ ମଧ୍ୟ ସିଟ ଦିଆଯାଇନାହିଁ । କୁହାଯାଉଛି ଯେ, ଏହି ସମସ୍ତ ଖେଳ ଗୋଟିଏ ସିଟ ଲଢିବାର ଜିଦ କାରଣରୁ ବିଗିଡି ଯାଇଛି । ପଶୁପତି ପାରସ ହାଜିପୁର ସିଟ ମାଗିଛନ୍ତି । ଏହି ସିଟ ଚିରାଗ ପାସବାନ ମଧ୍ୟ ମାଗିଛନ୍ତି । ହାଜିପୁର ସେହି ସମାନ ସିଟ ଯେଉଁଠାରୁ ଚିରାଗଙ୍କ ପିତା ରାମ ଭିଳାସ ପାସୱାନ ୯ ଥର ଲୋକସଭା ସାଂସଦ ହୋଇଥିଲେ । ୨୦୧୯ ମସିହାରେ ପଶୁପତି ପାରସ ଏଠାରୁ ନିର୍ବାଚନରେ ଜିତି ପ୍ରଥମଥର ପାଇଁ ଲୋକସଭାରେ ପହଁଚିଥିଲେ ।

Leave A Reply

Your email address will not be published.