ସ୍ଥଗିତାଦେଶ ପାଇଁ ମନା କଲେ ସୁପ୍ରିମକୋର୍ଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନାଗରିକତା ସଂଶୋଧନ ଆଇନ (ସିଏଏ)ର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଗତ ସପ୍ତାହରେ ସାରା ଦେଶରେ କାର୍ଯ୍ୟକାରୀ ହୋଇଥିବା ‘ନାଗରିକତା ସଂଶୋଧନ ଅଧିନିୟମ ବା ‘ସିଏଏ’ର କାର୍ଯ୍ୟକାରିତାରେ ଅନ୍ତରୀଣ ରହିତାଦେଶ ଜାରି କରିବା ପାଇଁ ମନାକଲେ ସୁପ୍ରମିକୋର୍ଟ ।

ସରକାର ଗତ ସପ୍ତାହରେ ଏହି ଆଇନ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲେ।  ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ ଏହାର କାର୍ଯ୍ୟକାରିତାକୁ ନେଇ କେରଳର ଅଲ-ଇଣ୍ଡିଆ ୟୁନିଅନ ମୁସଲିମ ଲିଗ୍‌ ପକ୍ଷରୁ କରାଯାଇଥିବା ଆବେଦନର ଆଜି ସର୍ବୋଚ୍ଚ କୋର୍ଟ ଶୁଣାଣି କରିଛନ୍ତି । ଏହି ନିୟମରେ ତୁରନ୍ତ ସ୍ଥଗିତାଦେଶ ଦେଶ ଜାରି କରିବା ପାଇଁ କୋର୍ଟ ମନା କରିବା ସହ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ରିପୋର୍ଟ ମଧ୍ୟ ମାଗିଛନ୍ତି । 3 ସପ୍ତାହ ଅର୍ଥାତ ଏପ୍ରିଲ 8 ତାରିଖ ମଧ୍ୟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିବା ପରେ 9 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଆଜି ସୁପ୍ରିମକୋର୍ଟରେ ଏହି ଆବେଦନଉପରେ ଶୁଣାଣି ଆରମ୍ଭ ହୋଇଥିଲା । ଅଦାଲତ ଏହାକୁ ବର୍ତ୍ତମାନ ପାଇଁ କାର୍ଯ୍ୟକାରୀ କରିବା ଉପରେ ରୋକ୍ ଲଗାଇବାକୁ ମନା କରିବା ସହ ସରକାରଙ୍କୁ ଜବାବ ମାଗିଛନ୍ତି। ଜବାବ ଦାଖଲ ପାଇଁ ସରକାରଙ୍କୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ୩ ସପ୍ତାହ ସମୟ ଦିଆଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୯ରେ ହେବ। ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ଜବାବ ଦେବା ପାଇଁ ୪ ସପ୍ତାହ ସମୟ ମାଗିଥିଲେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ମାତ୍ର ୩ ସପ୍ତାହ ସମୟ ଦେଇଥିଲେ।

Leave A Reply

Your email address will not be published.