ମହିଳାଙ୍କ ପାଖରୁ ଝାମ୍ପି ନେଲା ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଲୁଟେରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହିଳାଙ୍କ ପାଖରୁ ଝାମ୍ପି ନେଲା ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଲୁଟେରା | ଘର କାର୍ଯ୍ୟ ପାଇଁ ବ୍ୟାଙ୍କରୁ ପଇସା ଉଠେଇ ଆଣିବା ବେଳେ ରାସ୍ତାରେ ଲୁଟେରାଙ୍କ ଶିକାର ହୋଇଛନ୍ତି ମଞ୍ଜୁଲତା ପାଳ |

ତେବେ ସୂଚନା ମୁତାବକ, ଏଭଳି ଘଟଣା ଦେଖିବାକୁ ମିଳିଛି, ଜଳେଶ୍ୱର ଥାନା ବଡ଼ବଜାର -ଅଗ୍ରୱାଲା ରାସ୍ତାର ଚନ୍ଦନା ପାଖରେ ଥିବା ପାର୍ବତୀ ଇଟାଭାଟାରେ | ଆଜି ଦିନ ୧୦ ଘଟିକା ସମୟରେ ଜଳେଶ୍ୱର ବ୍ଲକ ଦକ୍ଷିଣ ପ୍ରହରାଜପୁର ପଂଚାୟତ ପ୍ରହରାଜପୁର ଗ୍ରାମର ଅଶୋକ ପାଳଙ୍କ ସ୍ତ୍ରୀ ମଞ୍ଜୁଲତା ପାଳ ତାଙ୍କ ପଡୋଶୀ ବିଜୟ ମହାନ୍ତିଙ୍କ ସହିତ ଏକ ସାଇକେଲ ଆସି ଜାଳେଶ୍ୱର ଷ୍ଟେଟ ବ୍ୟାଙ୍କକୁ ଘର କାର୍ଯ୍ୟ ପାଇଁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ବ୍ୟାଙ୍କ ଖାତାରୁ ଉଠାଇ ୧୨.୩୦ ମିନିଟ ସମୟ ନିଜ ପ୍ରହରାଜପୁର ଗ୍ରାମକୁ ଯିବା ସମୟରେ ଜଳେଶ୍ୱର ବଡ଼ବଜାର-ଅଗ୍ରୱାଲା ରାସ୍ତାର ଚନ୍ଦନା ପାଖରେ ଥିବା ପାର୍ବତୀ ଇଟାଭାଟା ପାଖରୁ ପଛ ପଟୁ କଳା ପଲସରରେ ଆସି ମହିଳା ପାଖରୁ ଝାମ୍ପି ନେଲେ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା।

ମହିଳା ଜଣକ ସଙ୍ଗେ ସଙ୍ଗେ ମୋର ଟଙ୍କା ନେଇଗଲେ ବୋଲି ଚିତ୍କାର କରିବାରୁ ଆଖି ପିଛୁଳାକେ କୁଆଡେ ଉଭାନ ହୋଇ ଯାଇଥିଲେ।ଉକ୍ତ କଳା ପଲସର ଗାଡ଼ିରେ ଦୁଇ ଜଣ ହେଲିମେଣ୍ଟ ପିନ୍ଧିଥିଲା ଯୁବକ ଥିଲେ ବୋଲି ମହିଳା ଜଣକ କହିଛନ୍ତି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରମ୍ଭିକ ତଦନ୍ତ ଆରମ୍ଭ କରୁଛି।

Leave A Reply

Your email address will not be published.