ଗୋଷ୍ଠୀ ଗୃହ ନିର୍ମାଣ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗୋଷ୍ଠୀ ଗୃହ ନିର୍ମାଣ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ | ବିଡ଼ିଓ ଙ୍କୁ ଦେଲେ ଦାବୀ ପତ୍ର |  ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅଧିନସ୍ଥ ଚିତ୍ରପୋଷି ପଞ୍ଚାୟତ ମୁର୍ଗାପାଟ ଗ୍ରାମର ଦେହୁରୀ ସାହି ବାସିନ୍ଦା ମାନେ ଗ୍ରାମର ସମସ୍ୟା ନେଇ BDO ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି |

ତେବେ ସେମାନଙ୍କ ଦାବୀ ରହିଛି ମୁର୍ଗାପାଟ ଗ୍ରାମକୁ ଏକ ଗୋଷ୍ଠୀ ଗୃହ ନିର୍ମାଣ ପାଇଁ ଅନୁଦାନ ଆସିଥିଲା | କିନ୍ତୁ ଠାକୁରାଣୀ ଙ୍କ ପୁରୁଣା ସ୍ଥାନରେ ଉକ୍ତ ଗୃହ ନିର୍ମାଣ କରିବାକୁ ସ୍ଥାନୀୟ ଦାବୀ କରିଥିଲେ | ଅନ୍ୟପଟେ ଦେହୁରୀ ସାହି ଗୋଷ୍ଠୀ ଗୃହ ନିମନ୍ତେ ମିଳିଥିବା ଅନୁଦାନ ରାଶିରେ ଦେହୁରୀ ସାହି ଠାରୁ ୮୫୦ ମିଟର ଦୂରରେ ଥିବା ସ୍ମଶାନ ରେ ନିର୍ମାଣ ସରିଛି |

ତେବେ ଏହି ଗୋଷ୍ଠୀ ଗୃହଟି ଦେହୁରୀ ସାହିରୁ ଦୂରରେ ଥିବାରୁ ସାହି ବାସିନ୍ଦାଙ୍କ କୌଣସି କାର୍ଯ୍ୟ ରେ ବ୍ୟବହାର ହୋଇ ପାରୁନାହିଁ | ତେବେ ଦେହୁରୀ ସାହିରେ ଗୋଷ୍ଠୀ ଗୃହ ନିର୍ମାଣ କରିବାକୁ ମଧ୍ୟ ଦାବୀ କରନ୍ତି ଲୋକେ |

Leave A Reply

Your email address will not be published.