ଭିଜିଲାନ୍ସ ପଞ୍ଝାରେ କଳାରାହଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ, ଘରୁ ବାହାରିଲାଣି ୧୬ କୋଟି ଟଙ୍କା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ପଞ୍ଝାରେ ପ୍ରାଣୀଧନ ନିରୀକ୍ଷକ
କଳାରାହଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଚଢାଉ କରିଛି ଭିଜିଲାନ୍ସ।
ଖୋର୍ଦ୍ଧା, କଟକ ଓ ଭୁବନେଶ୍ବରର ୯ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି।
ଭୁବନେଶ୍ବର ରଘୁନାଥପୁରସ୍ଥିତ ରୟଲ ଲଗୁନ ଆପାର୍ଟମେଣ୍ଟ, ରଘୁନାଥପୁରରେ ଥିବା ଦୁଇଟି ୩ ମହଲା ବିଶିଷ୍ଟ ଘର, ରଘୁନାଥପୁରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ରଘୁନାଥପୁରରେ ଥିବା ଗୋଟିଏ ମହଲା ବିଲ୍ଡିଂ, ରଘୁନାଥପୁର ଗ୍ରୀନ ଗାର୍ଡେନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, କଳାରାହଙ୍ଗସ୍ଥିତ ଅଫିସ, ରଘୁନାଥପୁରରେ ଥିବା ଅନ୍ୟ ଏକ ଫ୍ଲାଟ, କଟକ ବାଙ୍କି ଚାରିଘରିଆସ୍ଥିତ ଘରେ ଚାଲିଛି ରେଡ୍ ।
ଚଢାଉରେ ୫ ଜଣ ଡିଏସ୍ପି, ୧୦ ଇନସ୍ପେକ୍ଟର ସାମିଲ ଅଛନ୍ତି। କଟକ ଭିଜିଲାନ୍ସ ସ୍ବତନ୍ତ୍ର ଜଜଙ୍କ ୱାରେଣ୍ଟ ବଳରେ ଚଢାଉ ଜାରି ରହିଛି।

Leave A Reply

Your email address will not be published.