ଏନଆରଇଜିଏସ କାମର ପାରିଶ୍ରମିକ ଟଙ୍କା ମିଳିଲା ନାହିଁ, ୭ ଘଣ୍ଟା ଧରି ୪ ଜଣ ବନକର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ପାଟଣାଗଡ଼ ବନାଞ୍ଚଳ ରେଞ୍ଜ ଲରମ୍ଭା ସର୍କଲର ବାନ୍ଦେନମାଲ ଗ୍ରାମରେ ବନକର୍ମଚାରୀଙ୍କୁ ଦୀର୍ଘ ୮ ଘଣ୍ଟା ଧରି ଗ୍ରାମବାସୀ ମାନେ ବର୍ତ୍ତମାନ ସୁଦ୍ଧା ଅଟକ ରଖିଥିବା ସୂଚନା ମିଳିଛି ।ମିଳିଥିବା ସୂଚନା ଅନୁଯାୟୀ ଲରମ୍ଭା ସର୍କଲ ର ବାନ୍ଧେନମାଲ ଓ ଖୁଲାଗଡ଼ ଗ୍ରାମରେ ବନବିଭାଗ ତରଫରୁ ମାହାତ୍ମିଗାନ୍ଧୀ କର୍ମ ନିଶ୍ଚିତ ଯୋଜନାରେ କାମ ହୋଇଥିଲା । ହେଲେ ଉକ୍ତ କାମରେ ନିଯୁକ୍ତ ଥିବା ଶ୍ରମିକ ମାନେ ତାଙ୍କର ପାରିଶ୍ରମିକ ଟଙ୍କା ପାଇନଥିଲେ ।

ସେମାନେ ଏନେଇ ବାରମ୍ବାର ଦାୟୀତ୍ୱରେ ଥିବା ବନକର୍ମଚାରୀ ଙ୍କୁ ପାଉଣା ପାଇଁ ଅଭିଯୋଗ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ସୂଫଳ ମିଳିନଥିଲା । କାମ କରିବାର ପାରିଶ୍ରମିକ ଟଙ୍କା ଦୀର୍ଘ ୮ ମାସରୁ ଅଧିକ ଦିନ ବିତିଯାଇଥିବା ବେଳେ ପାରିଶ୍ରମିକ ନ ପାଇବାରୁ ଆଜି ଶ୍ରମିକ ମାନେ ପାଟଣାଗଡ଼ ରେଞ୍ଜର ସମେତ ୪ ଜଣ ବନକର୍ମଚାରୀ ଙ୍କୁ ଦିନ ୨ ଟା ରାତ୍ର 8 ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିଥିବା ଜଣାପଡ଼ିଛି। ତାଙ୍କ ପାଉଣା ଦାବିରେ ଅଡ଼ି ବସିଥିବାରୁ କୌଣସି ପ୍ରକାର ସମାଧାନ ପାରି ନାହିଁ

Leave A Reply

Your email address will not be published.