ଓଡିଶା ଅଗ୍ନିଶମ ଜରୁରୀକାଳୀନ ବାହିନୀ ସହ ଗୃହରକ୍ଷୀ ଓ ନାଗରିକ ପ୍ରତିରକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ବିନୟାତୋଷ ମିଶ୍ର

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଓଡିଶା ଅଗ୍ନିଶମ ଜରୁରୀକାଳୀନ ବାହିନୀ, ଗୃହରକ୍ଷୀ ଓ ନାଗରିକ ପ୍ରତିରକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୩ ବ୍ୟାଚର ଆଇପିଏସ ଅଧିକାରୀ ବିନୟାତୋଷ ମିଶ୍ର। ପୂର୍ବତନ ଡ଼ିଜି ସନ୍ତୋଷ ଉପାଧ୍ୟାୟଙ୍କ ଠାରୁ ବିଧିବଦ୍ଧ ଭାବେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଡ଼ିଶାରେ ଅଗ୍ନିଶମ ବାହିନୀ ପାଇଁ ଚାଲେଞ୍ଜ ବୃଦ୍ଧି ହୋଇଥିବା ନୂଆ ନିର୍ଦ୍ଦେଶକ କହିଛନ୍ତି। ପୂର୍ବରୁ ଏହି ବିଭାଗ କେବଳ ଅଗ୍ନିକାଣ୍ଡର ମୁକାବିଲା କରୁଥିଲା। କିନ୍ତୁ ଏବେ ଏହା ବିଭିନ୍ନ ପ୍ରକାରର ବିପତ୍ତିର ମୁକାବିଲା କରୁଛି। ସବୁ ପ୍ରକାର ଜରୁରୀକାଳୀନ ପରିସ୍ଥିତିକୁ ସାମ୍ନା କରିବାକୁ ଗତ ୧୦/ ୧୫ ବର୍ଷ ହେବ ଓଡ଼ିଶାର ଆଗ୍ନିକ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ଜୀବନ ରକ୍ଷା କରିବା ଆମ ବିଭାଗର ମୂଳ କାମ। ଅଗ୍ନିକାଣ୍ଡକୁ ରୋକିବା ସହିତ ବନ୍ୟା ବାତ୍ୟା ମୁକାବିଲା ଅଗ୍ନିଶମ ବାହିନୀ କରୁଛନ୍ତି। ଏହା ସହିତ ଅନ୍ୟ ରାଜ୍ୟକୁ ଯାଇ ଓଡ଼ିଶାର ଅଗ୍ନିଶମ ଭଲ ନାଁ କମାଇଛନ୍ତି। ଅଗ୍ନିଶମ ବାହିନୀକୁ ଅଧିକ ମଝବୁତ କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ଆଗ୍ନିକମାନଙ୍କର ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେବେ ବୋଲି ନୂଆ ଅଗ୍ନିଶମ ନିର୍ଦ୍ଦେଶକ ବିନୟାତୋଷ ମିଶ୍ର କଳିଙ୍ଗ ଟିଭିକୁ କହିଛନ୍ତି। ଏହାସହିତ ସମାଜରେ ଗୋଷ୍ଠୀ ସହିତ ଯୋଡି ହୋଇ ସିଭିଲ ଡିଫେନସକୁ କ୍ରିୟାଶୀଳ କରିବା ସହିତ ହୋମଗାର୍ଡ ବିଭାଗର ଥିବା ଚାଲେଞ୍ଜକୁ କିଭଳି ମୁକାବିଲା କରାଯିବ, ସେ ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.