ଆଫଗାନିସ୍ତାନ ସିରିଜରୁ ବାଦ୍‌ ପଡିଲେ ବିରାଟ

0

ଓଡ଼ିଆ ନ୍ୟୁଜ୍: ଆଫଗାନିସ୍ତାନ ସିରିଜରୁ ବାଦ୍ ପଡିଲେ ବିରାଟ କୋହଲି। ହାମଷ୍ଟ୍ରିଙ୍ଗ ଇଞ୍ଜୁରୀ କାରଣରୁ ବାଦ୍ ପଡ଼ିଲେ ବିରାଟ।ଆଇପିଏଲ ଫାଇନାଲ ସମୟରେ ବିରାଟଙ୍କ ହାମଷ୍ଟ୍ରିଙ୍ଗ ଟାଣି ହୋଇଥିଲା।

ବିସିସିଆଇର କହିବାନୁସାରେ, ବିରାଟ ଆହତ ହୋଇଛନ୍ତି । ତାଙ୍କର ହାମ୍ ଷ୍ଟ୍ରିଙ୍ଗ୍ ଇନଜ୍ୟୁରି ହୋଇଛି । ଅର୍ଥାତ ବିରାଟଙ୍କର ଗୋଡର ମାଂସପେଶୀରେ ଆଘାତ ଲାଗିଛି । ତେଣୁ ଦଳରେ ସ୍ଥାନ ମିଳିନାହିଁ । ଭାରତ ଜୁନ ୧୩ ତାରିଖରେ ଧର୍ମଶାଳାରେ ଆଫଗାନିସ୍ତାନ ବିପକ୍ଷରେ ସିରିଜର ପ୍ରଥମ ମୁକାବିଲା ଖେଳିବ ।ସୂଚନାଯୋଗ୍ୟ, ଗତ ଆଇପିଏଲରେ ବିରାଟ ଦମଦାର ଫର୍ମରେ ବ୍ୟାଟିଂ କରିଥିଲେ । ଫାଇନାଲ ମୁକାବିଲାରେ ସେ ଶେଷ ଯାଏଁ ରହି ଦଳକୁ ଚାମ୍ପିଅନ କରାଇଥିଲେ ।

ଦିନିକିଆ ସିରିଜ୍ ପାଇଁ ରୋହିତଙ୍କୁ ସ୍ଥାନ ମିଳିଛି । ହେଲେ ସେ ଖେଳିବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସେ ମଧ୍ୟ ଆଇପିଏଲରେ ଆହତ ହୋଇଥିଲେ । ତେଣୁ ଏବେ ସେ ଫିଟନେସ୍ ଟେଷ୍ଟ୍ ଦେଉଛନ୍ତି । ଟେଷ୍ଟରେ ପାସ୍ କଲେ ତାଙ୍କୁ ଦଳର ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବ ।

Leave A Reply

Your email address will not be published.