ଭୁବନେଶ୍ବରରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଭାପତି ଡଃ. ପ୍ରବୀଣ ଭାଇ ତାଗୋଡିଆ, କହିଲେ ଏବେ ହନୁମାନ ଚଲିଶାର ରାଜନୀତି ଆରମ୍ଭ ହୋଇଛି ଏହା ହିନ୍ଦୁତ୍ୱର ବିଜୟ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ରାମ ମନ୍ଦିର ହେବା ପର୍ଯ୍ୟନ୍ତ ହିନ୍ଦୁ ମୁଭମେଣ୍ଟ ଅଭିଯାନର ପ୍ରଥମ ପର୍ଯ୍ୟାୟ ଥିଲା । ହିନ୍ଦୁଙ୍କ ଗୌରବର ପୁନଃ ପ୍ରତିଷ୍ଠା ଏବଂ ହିନ୍ଦୁ ସୁରକ୍ଷାର ସଂକଳ୍ପ ପାଇଁ ହିନ୍ଦୁ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏଥିରେ ସମୃଦ୍ଧ ହିନ୍ଦୁ, ସୁରକ୍ଷିତ ହିନ୍ଦୁ, ସମ୍ମାନଯୁକ୍ତ ହିନ୍ଦୁ ହେବାର ଲକ୍ଷ୍ୟ ରହିବ । ସମୃଦ୍ଧ ହିନ୍ଦୁ ପାଇଁ 4ଟି ଲକ୍ଷ୍ୟ ରହିବ । ଗରିବୀ ମୁକ୍ତ ଭାରତ, ରୋଜଗାର ପ୍ରାପ୍ତ ଯୁବକ, ଋଣ ମୁକ୍ତ କୃଷକ ଏବଂ ମହଙ୍ଗାଇ ମୁକ୍ତ ଗୃହିଣୀ । ତେବେ ଏହି 4ଟି ଲକ୍ଷ୍ୟ ପୂରଣ କରିବା ପାଇଁ ସରକାରଙ୍କ ପାଖରେ ଦୁଇଟି ଦାବି ରହିଛି ।

– କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ସରକାରଙ୍କର 1 କୋଟି ସରକାରୀ ପଦବୀ ଖାଲି ପଡ଼ିଛି । ସେଗୁଡିକୁ କେନ୍ଦ୍ର ଏବଂ ରାଜ୍ୟ ସରକାର ତୁରନ୍ତ ପୂରଣ କରନ୍ତୁ । ଯାହାଦ୍ୱାରା ଦେଶର 1 କୋଟି ଲୋକଙ୍କୁ ରୋଜଗାର ମିଳିପାରିବ ।
– 30 କୋଟି ଲୋକଙ୍କର ଇ-ଶ୍ରମି କାର୍ଡ ତିଆରି ହୋଇଛି । ଯେଉଁମାନଙ୍କ ଆକାଉଣ୍ଟରେ ବର୍ଷକୁ 6 ହଜାର ଟଙ୍କା ଜମା କରନ୍ତୁ ସରକାର ।
– କେନ୍ଦ୍ର ଓ ରାଜ୍ୟ ସରକାର 1 କୋଟି ଲୋକଙ୍କୁ ନିଯୁକ୍ତି ଦିଅନ୍ତୁ ।
– ସମ୍ପୂର୍ଣ୍ଣ ଦେଶରେ ଅନ୍ନର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଉ ।
– ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ 1940 ଟଙ୍କାରୁ 3 ହଜାର ଟଙ୍କାକୁ ବୃଦ୍ଧି କରାଯାଉ ।
– କେନ୍ଦ୍ର ଓ ରାଜ୍ୟ ସରକାର ମହଙ୍ଗାଇ କମ କରିବା ପାଇଁ ପଦକ୍ଷେପ ନିଅନ୍ତୁ ।

ପରିଷଦ ପକ୍ଷରୁ ଏଥିପାଇଁ ଦେଶ ବ୍ୟାପି ଜନଜାଗରଣ କରାଯିବ ।
ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ନ୍ୟାସନାଲ ସେଲ୍ଫ ଏମପ୍ଲଏମଣ୍ଟ ଫୋରମ(NSEF) ବା ହିନ୍ଦୁ ସ୍ୱରୋଜଗାର ଯୋଜନା ଆରମ୍ଭ କରି ପ୍ରଥମ ପର୍ଯ୍ୟାୟରେ 10 ହଜାର ଲୋକଙ୍କୁ ରୋଜଗାର ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ମଇ ମାସରୁ ଆରମ୍ଭ ହେବକୁ ଯାଉଛି ।
ଗତକାଲି କେନ୍ଦ୍ର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ Common Civil Code ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି । ଏହି ପଦକ୍ଷେପକୁ ତାଗୋଡିଆ ସ୍ୱାଗତ କରିଛନ୍ତି । ସୁରକ୍ଷିତ ହିନ୍ଦୁ ଅଭିଯାନ ଲକ୍ଷ୍ୟ ନେଇ 2 କୋଟି ହିନ୍ଦୁ ଯୁବକଙ୍କୁ ତ୍ରିଶୂଳ ଦେଇ ବୀର ହିନ୍ଦୁ ବିଜେତା ହିନ୍ଦୁ ଅଭିଯାନ ଆରମ୍ଭ କରାଯାଇଛି । ଆଗାମୀ 5 ବର୍ଷରେ ଏହି ଲକ୍ଷ୍ୟ ପୂରଣ କରାଯିବ ।
ବର୍ତ୍ତମାନ 4ଟି ଲକ୍ଷ୍ୟ ନେଇ ପରିଷଦ କାର୍ଯ୍ୟ କରୁଛି ।
– ଯେକୌଣସି ହିନ୍ଦୁ ଭାରତର ଯେକୌଣସି ସ୍ଥାନକୁ ଗଲେ ସେମାନଙ୍କର ସହାୟତା ପାଇଁ ପରିଷଦ ପକ୍ଷରୁ ସ୍ବତନ୍ତ୍ର 24 ଘଣ୍ଟିଆ ହିନ୍ଦୁ ହେଲ୍ପଲାଇନ ନମ୍ବର (02066803300) ଜାରି କରାଯାଇଛି ।
– ପରିଷଦ ପକ୍ଷରୁ 10 ହଜାର ସ୍ପେସିଆଲିଷ୍ଟ ଡାକ୍ତର ଅଛନ୍ତି । ଯେଉଁମାନେ ପ୍ରତିଦିନ ଜଣେ ଗରିବ ହିନ୍ଦୁଙ୍କର ମାଗଣାରେ ଚିକିତ୍ସା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।
– କୌଣସି ହିନ୍ଦୁ ଭୋକରେ ଯେମିତି ନରହିବେ ସେଥିପାଇଁ 25 ଲକ୍ଷ ଘରୁ ଖାଦ୍ୟ ଶସ୍ୟ ସଂଗ୍ରହ କରାଯିବ ।
– ଜେଲରେ ଥିବା ଗରିବ କଏଦୀ, ଯେଉଁମାନଙ୍କ ପାଖରେ ଜାମିନ ପାଇବା ପାଇଁ ଓକିଲଙ୍କୁ ପଇସା ଦେବାକୁ ନାହିଁ । ସେମାନଙ୍କୁ ହିନ୍ଦୁ ଆଡଭୋକେଟ ଫୋରମ ମାଧ୍ୟମରେ ମାଗଣାରେ ଜାମିନ କରାଯିବ ।

ପୂର୍ବରୁ ସେକ୍ୟୁଲର ହେବାର ରାଜନୀତି ଚାଲିଥିଲା । ଏବେ ହନୁମାନ ଚଲିଶାର ରାଜନୀତି ଆରମ୍ଭ ହୋଇଛି । ଏହାକୁ ହିନ୍ଦୁତ୍ୱର ବିଜୟ ବୋଲି କୁହାଯାଇପାରିବ । ମନ୍ଦିର, ମଠର ସୁରକ୍ଷା ଏବଂ ବିକାଶ ଅଲଗା ଅଲଗା ପ୍ରସଙ୍ଗ । ବିକାଶର ଅର୍ଥ ସେଠାକୁ ଯିବାପାଇଁ ରାସ୍ତା ତିଆରି ହେଉ, ଶୌଚାଳୟ ହେଉ, ଭକ୍ତଙ୍କ ରହଣି ପାଇଁ ବ୍ୟବସ୍ଥା ହେଉ, ପାନୀୟ ଜଳ ଓ ସ୍ବାସ୍ଥ୍ୟ ସେବାର ବ୍ୟବସ୍ଥା ହେଉ । କିନ୍ତୁ ଯଦି ମଠ କିମ୍ବା ମନ୍ଦିର ଭାଙ୍ଗି ଏଗୁଡ଼ିକ କରାଗଲେ ଏହା ଭୁଲ ।ଉପକୂଳ ଓଡିଶାରେ ବ୍ୟାପକ ମାତ୍ରାରେ ବଙ୍ଗଳାଦେଶୀ ମୁସଲିମ ମାନଙ୍କର ଅନୁପ୍ରବେଶ ହେଉଛି । ଏହା ଉପରେ ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.