ଆଜି ବିଶ୍ଵ ରକ୍ତ ଦାତା ଦିବସ,ନିୟମିତ ରକ୍ତଦାନ କରୁଥିବା ରକ୍ତଦାତାଙ୍କୁ କରାଗଲା ସମ୍ମାନିତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ବିଶ୍ଵ ରକ୍ତ ଦାତା ଦିବସ ଅବସରରେ, ଆଜି ଓଡ଼ିଶା ବ୍ଲଡ଼ ସେଣ୍ଟର୍ କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ବ୍ୟାଙ୍କ୍ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ କ୍ୟାପିଟାଲ ହସ୍ପିଟାଲର ଡେପୁଟି ସୁପରିଟେଣ୍ଡେଣ୍ଟ ଧନଞ୍ଜୟ ଦାସ, କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ବ୍ୟାଙ୍କ୍ ଅଫିସର ଡଃ ଦେବାଶିଷ ମିଶ୍ର, ଓ ଅନ୍ୟାନ୍ୟ ଅତିଥିଙ୍କ ଉପସ୍ଥିତିରେ ପ୍ରଥମେ ଏକ ମାନବ ଚେନ୍ କରାଯାଇଥିଲା ।

ନିୟମିତ ଭାବେ ସ୍ୱଇଛାରେ ରକ୍ତଦାନ କରୁଥିବା ରକ୍ତଦାତା ତଥା ବିଭିନ୍ନ ସଙ୍ଗଠନ ମାନଙ୍କୁ ସମ୍ମାନିତ କରିବା ସହ ରକ୍ତଦାନ ର ବିଭିନ୍ନ ଉପକାରିତା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ତଥା ବାହାନଗା ରେଳ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ସେଠାରେ ଉପସ୍ଥିତ ସମସ୍ତ ଅତିଥି ତଥା ସଂଗଠନ ର ସଦସ୍ୟ ମାନେ ଆଗାମୀ ଭବିଷ୍ୟତକୁ ନେଇ ନିଜର ଚିନ୍ତାଧାରା ବ୍ୟକ୍ତ କରିଥିବା ବେଳେ ସମସ୍ତ ରକ୍ତଦାତା ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଜୟ ଓଡ଼ିଶା ର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ବିଭିନ୍ନ ଆୟୋଜନ କାର୍ଯ୍ୟରେ ସହଯୋଗ କରିଥିଲେ। ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ର ଆୟୋଜନ କରିଥିବାରୁ କ୍ୟାପିଟାଲ ବ୍ଲଡ଼ ବ୍ୟାଙ୍କ ର ସଦସ୍ୟ ମାନଙ୍କୁ ଅଶେଷ ଧନ୍ୟବାଦ୍ ଦେବା ସହ, ଏହା ଆଗାମୀ ଦିନରେ ଜୁବବର୍ଗ ଙ୍କୁ ଆହୁରି ଅଧିକା ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଉତ୍ସାହିତ କରିବା ବୋଲି ଆଶା।

Leave A Reply

Your email address will not be published.