ଆଜିଠାରୁ ସମ୍ପୂର୍ଣ୍ଣ ବନ୍ଦ ହେଲା ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ବର୍ଜ୍ୟ ପରିବହନ, ଦାରୁଠେଙ୍ଗ ସରପଂଚଙ୍କୁ ଚିଠି ଲେଖି ଜଣାଇଲେ ବିଏମ୍‌ସି କର୍ତୃପକ୍ଷ

0
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବହୁ ଦିନ ପ୍ରୟାସ ପରେ ଆସିଛି ସଫଳତା । ଆଉ  ଯିବନି ଦାରୁଠେଙ୍ଗକୁ ବିଏମ୍‌ସିର ବର୍ଜ୍ୟ । ସରକାରଙ୍କର କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ ଆଧାର କରି ଭୁବନେଶ୍ୱର ମହାନଗର (ବିଏମ୍‌ସି) ନିଜ ଇଲାକାରେ ପ୍ରତିଷ୍ଠା କରିଛି ୩୪ ଗୋଟି ସଂପଦ କେନ୍ଦ୍ର । ଏହା ସାଙ୍ଗକୁ ନିକଟରେ ଆଧୁନିକ ତଥା ବିଜ୍ଞାନ ସମ୍ମତ ବର୍ଜ୍ୟ ପରିଚାଳନାକୁ ଭିତିକରି ଅଧିକ କ୍ଷମତା ବିଶିଷ୍ଟ ବର୍ଜ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ କରିବା ଏବଂ ବର୍ଜ୍ୟ ପୃଥକିକରଣ ଓ ଜିରୋ ଲିଟରିଂକୁ ପାଥେୟ କରି ସହରର ପରିମଳ ସମସ୍ୟା ସମାଧାନ କରିବ ବିଏମ୍‌ସି ।
ଏହା ଦ୍ୱାରା ବର୍ଜ୍ୟ ପରିଚାଳନାରେ ଅଧିକମାତ୍ରାରେ ଗୋଷ୍ଠୀ ସହଭାଗିତା ବଢାଇବା ଏବଂ ନିୟମକୁ କଡାକଡି କରି ବର୍ଜ୍ୟ ପରିଚାଳନାକୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ଆଗେଇଛନ୍ତି କର୍ତୃପକ୍ଷ ।
ଏହାକୁ ଆଧାର କରି ଦାରୁଠେଙ୍ଗ ସରପଂଚଙ୍କୁ ବିଏମ୍‌ସି ପକ୍ଷରୁ ବିଧିବଦ୍ଧ ଭାବେ ଚିଠି ଲେଖାଯାଇଛି । ଚିଠିରେ କୁହାଯାଇଛି  ଯେ ଗତ ୩୦-୦୮-୨୦୨୨ ରିଖରେ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ଅନୁସାରେ ଚଳିତମାସ ୩୧ ତାରିଖ ସୁଦ୍ଧା ଏହାକୁ ବନ୍ଦ କରିବା କଥା । ମାତ୍ର ବିଏମ୍‌ସି କର୍ତୃପକ୍ଷ ନିର୍ଦ୍ଧାରିତ ତାରିଖର ୧୫ ଦିନ ପୂର୍ବରୁ ଏହି ଡମ୍ପିଂୟାର୍ଡକୁ ବର୍ଜ୍ୟ  ପରିହନ ବନ୍ଦ କରିଦେଇଛନ୍ତି ।  ତେବେ ନିଷ୍ପତି ଅନୁଯାୟୀ ଉକ୍ତ ଡମ୍ପିୟାର୍ଡରେ ବାୟୋ ମାଇନିଂ କରାଯାଇ ସଂପୃକ୍ତ ଭୂମିର ପୁନଃଉଥାନ କରାଯିବ ଏବଂ ଏଥିରେ ଦାରୁଠେଙ୍ଗ ଗ୍ରାମବାସୀଙ୍କ ସହଯୋଗ ପାଇଁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.