ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଜାରିରହିଛ ଲଘୁଚାପ ବର୍ଷା। ଲଘୁଚାପ ପ୍ରଭାବରେ କୋରାପୁଟରେ ଜାରି ରହିଛି ବର୍ଷା । ଲଗାଣ ବର୍ଷା ଫଳରେ ଲକ୍ଷ୍ମୀପୁର ବ୍ଲକ୍ କାକିରିଗୁମ୍ମା ଥାନା ଅନ୍ତର୍ଗତ ତଳମେଟିଂ ରାସ୍ତାରେ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଛି । ଏହି ଗ୍ରାମାଞ୍ଚଳକୁ ସଂଯୋଗ ରାସ୍ତା ହୋଇଥିବାରୁ ଯାତାୟତରେ ସମସ୍ୟା ଦେଖିବାକୁ ମିଳିଛି । ଭୂସ୍ଖଳନ ଯୋଗୁ ରାସ୍ତା ଅବରୋଧ ହୋଇଛି ।
ଗାଁଲୋକ ଯାତାୟତ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଯାତାୟାତ ଏକପ୍ରକାର ସମ୍ପୂର୍ଣ୍ଣ ଠପ୍ ହୋଇଛି । ସେହିପରି ନାରାୟଣପାଟଣା ଓ ତଳଗୁମାଣ୍ଡିକୁ ସଂଯୋଗ କରୁଥିବା ବୋରିପୁଟ୍ ରାସ୍ତାରେ ପାହାଡ଼ ଉପରୁ ପଥର ଖସି ରାସ୍ତା ଅବରୋଧ ହୋଇଛି । ୨ ଚକିଆ ଯିବା ଆସିବା କରୁଥିବା ବେଳେ ଅଧାବାଟରୁ ଫେରି ଆସିଛି ଲକ୍ଷ୍ମୀ ବସ୍ । ବଡ଼ ଯାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।