ଆମାଜନ ପ୍ରାଇମ ଭିଡିଓ ମଙ୍ଗଳବାର ନିଜ ୱେବ୍ ସିରିଜ୍ ବେଷ୍ଟେଲର ଟ୍ରେଲର ରିଲିଜ୍ କରିଛି । ଏହି ୱେବ୍ ସିରିଜରେ ମିଥୁନ ଚକ୍ରବର୍ତ୍ତୀଙ୍କ ଉପସ୍ଥିତି ଲୋକଙ୍କ ଆଗ୍ରହକୁ ବଜାୟ ରଖିଛି । ଟ୍ରେଲରରେ ଦର୍ଶାଯାଇଛି ଯେ ଏହି ସିରିଜ୍ ଏକ ସାଇ କୋଲୋଜିକାଲ ଥ୍ରୀଲର । ଏଥିରେ ସସପେନ୍ସ ଏବଂ ଡ୍ରାମାର ତାଡ଼କା ଭରପୁର ମାତ୍ରାରେ ଅଛି । ଏହି ୱେବ୍ ସିରିଜ୍ ପ୍ରାଇମ ଭିଡିଓରେ ୧୮ ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୁକୁଲ ଅଭୟଙ୍କର।
ମୁକୁଲ ଅଭୟଙ୍କର ନିର୍ଦ୍ଦେଶିତ ବେଷ୍ଟେଲରରେ ମିଥୁନ ଚକ୍ରବର୍ତ୍ତୀ, ଶ୍ରୁତି ହାସନ, ଅର୍ଜାନ ବାଜୱା, ଗୌହର ଖାନ, ସତ୍ୟଜିତ୍ ଦୁବେ ଏବଂ ସୋନାଲି କୁଲକର୍ଣ୍ଣିଙ୍କ ଭଳି ଦମଦାର ତାରକା ନଜର ଆସିବେ। ଏହି ସିରିଜକୁ ନେଇ ମୁକୁଲ କହିଛନ୍ତି ଯେ, “ମୁଁ ସ୍କ୍ରିପ୍ଟ ପଢ଼ିବା ମାତ୍ରେ, ମୁଁ ଏହି ସିରିଜକୁ ଏତେ ଶକ୍ତିଶାଳୀ ଏବଂ ରୋମାଞ୍ଚକର ମନେ କଲି ଯେ ମୁଁ ତୁରନ୍ତ ଏହାକୁ ହଁ କହିଲି ।ଦର୍ଶକମାନେ ଏହି ସିରିଜର ପ୍ରତ୍ୟେକ ସନ୍ଦେହଜନକ ମୁହୂର୍ତ୍ତକୁ ଭଲ ପାଇବେ ଏବଂ ଅଷ୍ଟମ ପର୍ଯ୍ୟାୟ ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କର ଦେଖିବାର ଇଚ୍ଛା ବଢିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ, ଏହି ୱେବ୍ ସିରିଜର ମୁଖ୍ୟ ଆକର୍ଷଣ ପାଲଟିଥିବା ମିଥୁନ ଏହି ଭୂମିକାରେ ଅଭିନୟ କରିବାକୁ ବହୁତ ଉପଭୋଗ କରିଥିବା ସେ କହିଛନ୍ତି। ତେବେ ୧୮ ତାରିଖରେ ଏହା କେବଳ ଦେଖିବାକୁ ବାକି ରହିଲା ଯେ ପ୍ରାଇମ ଭିଡିଓ କେତେ ଧମାଲ୍ ମାଚାଉଛି।