ଘୁଞ୍ଚିଲା ନିଟ୍ ପିଜି ପରୀକ୍ଷାର ସମୟ ସୀମା; ଜାଣନ୍ତୁ କଣ କହିଲେ ସୁପ୍ରିମକୋର୍ଟ

0

ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ନିଟ୍ ପିଜି ପରୀକ୍ଷା ସ୍ଥଗିତ ଏବଂ ବାଧ୍ୟତାମୂଳକ ଇଣ୍ଟର୍ନସିପ୍ ପାଇଁ ସମୟସୀମା ବୃଦ୍ଧି କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି। ଶୁଣାଣି କରି ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧୀ ଦଳକୁ କେନ୍ଦ୍ର ସରକାରଙ୍କ ନିକଟକୁ ଯିବାକୁ କହିଛନ୍ତି। ଏହା ସହିତ ଛାତ୍ର ପ୍ରତିନିଧିଙ୍କ ପ୍ରସ୍ତାବ ପାଇବାର ଏକ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ଏହା ଉପରେ ଶୀଘ୍ର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏମବିବିଏସ ଛାତ୍ରମାନଙ୍କ ଦ୍ୱାରା ଏହି ପିଟିସନ ଦାଖଲ କରାଯାଇଥିଲା। କାରଣ ସେମାନେ କୋଭିଡ ମହାମାରୀ ବିରୋଧରେ ସହଯୋଗ କରୁଥିଲେ ଏବଂ ଡ୍ୟୁଟି ହେତୁ ଇଣ୍ଟର୍ନସିପ୍ ସମାପ୍ତ କରିବାରେ ଅସମର୍ଥ ହୋଇଥିଲେ |

ଜଷ୍ଟିସ୍ ଡିଏ ଚନ୍ଦ୍ରଚୁଡ୍ ଏବଂ ସୂର୍ଯ୍ୟ କାନ୍ତଙ୍କ ଏକ ଖଣ୍ଡପୀଠରେ ମଙ୍ଗଳବାର ଦିନ ଅପରାହ୍ନ ୨.୩୦ ରେ ନିଟ୍ ପିଜି ପରୀକ୍ଷା ମାମଲାରେ ଶୁଣାଣି ଆରମ୍ଭ କରିଛି। ସୁପ୍ରିମକୋର୍ଟ କହିଛନ୍ତି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିଟ୍ ପିଜି ପରୀକ୍ଷାକୁ ପୂର୍ବରୁ ସ୍ଥଗିତ କରିସାରିଛି। ଏହାପୂର୍ବରୁ, ମାର୍ଚ୍ଚ ୧୨, ୨୦୨୨ ରେ ନିଟ୍ ପିଜି ପରୀକ୍ଷା କରାଯିବାର ଯୋଜନା ଥିଲା, ଯାହାକୁ ଘୁଞ୍ଚାଇ ମେ ୨୧ କରିଦିଆ ଯାଇଛି| ଏଥି ସହିତ ଛାତ୍ରଛାତ୍ରୀଙ୍କ ଆବେଦନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନିଟ୍ ପିଜି ପରୀକ୍ଷା ପ୍ରକ୍ରିୟାକୁ ମଧ୍ୟ ବଢ଼ାଇ ଦେଇଛନ୍ତି।

ଇଣ୍ଟର୍ନସିପ୍ ଅବଧି ଶେଷ ହୋଇନଥିବାରୁ ପରୀକ୍ଷାକୁ ସ୍ଥଗିତ ରଖିବା ଉଚିତ ଏବଂ ଇଣ୍ଟର୍ନସିପ୍ ସମୟସୀମା ବୃଦ୍ଧି କରାଯିବା ଉଚିତ ବୋଲି ଆବେଦନପତ୍ରରେ ଦାବି କରିଥିଲେ।

Leave A Reply

Your email address will not be published.