ବିବାହ ମଣ୍ଡପରୁ ଗିଫ୍ଟ ଚୋରି

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ୱରରେ ବିବାହ ମଣ୍ଡପରୁ କନ୍ୟାର ଗିଫ୍ଟ ଚୋରି କରି ଚମ୍ପଟ୍‌।ଗିଫ୍ଟ ବ୍ୟାଗରେ ଥିବା ସାଢ଼େ ୩ ଲକ୍ଷ ଟଙ୍କା ନେଇ ଚୋର ଛୁ। ବରଯାତ୍ରୀ ବେଶରେ ଆସି ଚମ୍ପଟ୍‌ ମାରିଲେ, ସିସିଟିଭିରେ ରେକର୍ଡ।ନୟାପଲ୍ଲୀ ଥାନାରେ ଅଭିଯୋଗ କଲେ କନ୍ୟାପକ୍ଷ। ଖବର ଅନୁଯାୟୀ, ଭୁବନେଶ୍ୱରର ଏକ ତାରକା ହୋଟେଲ । ଯେଉଁଠାରେ ଏକ ବିବାହ ଉତ୍ସବ ଚାଲିଥିଲା । ଶନିବାର ରାତିରେ ସଙ୍ଗୀତ ଉତ୍ସବ ଥିଲା ।

ଏହି ସମୟରେ ଝିଅଙ୍କୁ ଅନେକ ଗିଫ୍ଟ ମିଳିଥିଲା । ସମସ୍ତ ବିବାହ ଉତ୍ସବରେ ବ୍ୟସ୍ତ ଥିବା ବେଳେ ଘଟିଲା ଅଘଟଣ । ଜଣେ ଭଦ୍ରମୁଖା ଲୁଟେରା ମଣ୍ଡପ ଭିତରେ କୌଣସି କ୍ରମେ ପଶିଯାଇଥିଲା । ସେଠାରେ ଖାଇ-ପିଇ ଝିଅକୁ ମିଳିଥିବା ଗିଫ୍ଟ ନେଇ ଚମ୍ପଟ ମାରିଥିଲେ । ତେବେ ଲୁଟ୍ କାରବାରର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି । ସେପଟେ ଲୁଟ୍ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ନୟାପଲ୍ଲୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.