ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଆହତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାସଭବନରେ ପଡିଯିବା କାରଣରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଦିଦିଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ପ୍ରଥମେ କୋଲକାତାର SSKM ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ପ୍ରାଥମିକ ଚିକିତ୍ସା ଓ ଷ୍ଟିଚ୍ ପରେ ଅଧିକ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ପରେ ସେ ନିଜ ଘରକୁ ଫେରିଛନ୍ତି। ମମତାଙ୍କ ଆହତ ସଂପର୍କିତ କିଛି ଫଟୋକୁ ସୋସିଆଲ୍ ମିଡିଆରେ ସେୟାର କରିଛି ତୃଣମୂଳ କଂଗ୍ରେସ। ମମତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଦଳ ସମସ୍ତଙ୍କୁ ଅନୁରୋଧ କରିଥିଲା। ତେବେ ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ମମତା ବାସଭବନରେ ଥିବା ବେଳେ ଏହି ଅଘଟଣ ଘଟିଛି । କୌଣସି କାରଣବଶତଃ ସେ ପଡିଯାଇଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । କ୍ଷମତ ସୃଷ୍ଟି ହେବା ସହ ରକ୍ତସ୍ରାବ ମଧ୍ୟ ହୋଇଥିବାର ଫଟୋରେ ସ୍ପଷ୍ଟ ଦୃଶ୍ୟ ହେଉଛି ।

ଅପରାହ୍ନରେ ତାଙ୍କୁ ପୁତୁରା ତଥା ସାଂସଦ ଅଭିଶେକ ବାନାର୍ଜୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଦଳୀୟ ନେତାମାନେ ହସ୍ପିଟାଲରେ ପହଞ୍ଚି ମମତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ତଦାରଖ ମଧ୍ୟ କରିଛନ୍ତି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଚିକିତ୍ସା ଜାରି ରଖିଛି । ତାଙ୍କ ସ୍ବସ୍ଥ୍ୟବସ୍ଥା ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ସୂଚନା ସ୍ପଷ୍ଟ କରିନାହାନ୍ତି । ତେବେ ଏହି ଖବର ମିଳିବା ପରେ ବିରୋଧୀ ବିଜେପି କାର୍ଯ୍ୟକର୍ତ୍ତାମାନେ ଦିଦିଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ପ୍ରଦେଶ ବିଜେପି ମୁଖ୍ୟ ତଥା ସାଂସଦ ସୁକାନ୍ତ ମଜୁମଦାର ମଧ୍ୟ ଭିଡିଓ ଜାରି କରି ଦିଦିଙ୍କ ଆଶୁଆରୋଗ୍ୟ କମନା କରିଛନ୍ତି ।

Leave A Reply

Your email address will not be published.