ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏଣିକି ହିତାଧିକାରୀଙ୍କୁ ଚାଉଳ ସହିତ ମିଳିବ ଗହମ। ଯେତିକି ଚାଉଳ ମିଳୁଛି ତାହାର ୨୦ ପ୍ରତିଶତ ଗହମ ଯୋଗାଇ ଦିଆଯିବ। ଶନିବାର ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏ ନେଇ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିବା ମନ୍ତ୍ରୀ ପାତ୍ର ଜଣାଇଛନ୍ତି। ଏନେଇ ମନ୍ତ୍ରୀ କହିଛନ୍ତି, ପୁଣି ରାସନରେ ଗହମ ମିଳିବ ।
ଏଥିପାଇଁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ ଦାବି କରାଯାଇଛି । ଲୋକଙ୍କ ଗହମ ଚାହିଦାକୁ ଦୃଷ୍ଟିରେ ରଖି ଏପରି ଦାବି ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହିତ ମନ୍ତ୍ରୀ ଏହା ବି କହିଛନ୍ତି ଯେ, ବିଜେଡି ସରକାର ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ ।
ପୁଣି ଥରେ ପୂର୍ବ ଭଳି ଚାଉଳ ସହ ଗହମ ଲୋକଙ୍କୁ ଯୋଗାଇ ଦିଆଯିବ । ବର୍ତ୍ତମାନ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କିଲୋଗ୍ରାମ ଲେଖାଏଁ ଚାଉଳ ଯୋଗାଇ ଦିଆଯାଉଥିଲା। କିନ୍ତୁ ଗହମ ପାଇଁ ଲୋକଙ୍କ ଚାହିଦା ରହିଥିବାରୁ ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିବା ମନ୍ତ୍ରୀ କହିଛନ୍ତି।