କାହିଁକି ଟ୍ରକ ଯାତ୍ରା କଲେ ରାହୁଲ?

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ରକ ଯାତ୍ରା କରିଥିବା ଦେଖିବାକୁ ମିଳିଛି। ରାହୁଲ ଗାନ୍ଧି ଗତ ରାତିରେ ଦିଲ୍ଲୀରୁ ଶିମଲା ଅଭିମୁଖେ ଯାଉଥିଲେ। ରାସ୍ତାରେ ସେ ଅମ୍ବାଲାରୁ ଚଣ୍ଡିଗଡ଼ ପର୍ଯ୍ୟନ୍ତ ଟ୍ରକ୍‌ରେ ଯାତ୍ରା କରିବାକୁ ସ୍ଥିର କରିଥିଲେ। ରାହୁଲଙ୍କ ଏଭଳି ସ୍ବତନ୍ତ୍ର ଯାତ୍ରାର ଭିଡିଓ କଂଗ୍ରେସର ବହୁ କାର୍ଯ୍ୟକର୍ତ୍ତା ଓ ନେତା  ରେକର୍ଡ କରିଥିଲେ।

ପ‌ରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭାଇରାଲ ‌ହୋଇଯାଇଛି। ଏହି ଭିଡିଓକୁ ନେଇ କଂଗ୍ରେସ ନେତାମାନେ କହିଛନ୍ତି, ରାହୁଲ ଗାନ୍ଧି ଅମ୍ବାଲାରେ ଟ୍ରକ୍‌ ଯାତ୍ରା କରି ଟ୍ରକ ଚାଳକଙ୍କ ସହ ସାକ୍ଷାତ କରିଥିଲେ। ଆଉ ପାଖରୁ ସେମାନଙ୍କ ସହ ମୁହାଁମୁହିଁ କଥା ହୋଇ ସେମାନଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିଥିଲେ। ତେବେ ଏହା ପ୍ରଥମ ଘଟଣା ନୁହେଁ, ରାହୁଲ କୌଣସି ଲୋକଙ୍କ ସମସ୍ୟାକୁ ସିଧାସଳଖ ବୁଝିବାରେ ରୁଚି ରଖନ୍ତି ।

ଏହା ପୂର୍ବରୁ ରାହୁଲ ସେପ୍ଟେମ୍ବରରୁ କନ୍ୟାକୁମାରୀଠାରୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଥିଲେ। ଏହି ଯାତ୍ରା ୧୨ଟି ରାଜ୍ୟ ଅତିକ୍ରମ କରିଥିଲା ଓ ଜାନୁୟାରିରେ ଜମ୍ମୁକଶ୍ମୀରରେ ଶେଷ ହୋଇଥିଲା। ଏହି ଯାତ୍ରା ସମୟରେ ରାହୁଲ ଅନେକ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝି ତାର ସମାଧାନ ପାଇଁ ପ୍ରତିଶ୍ରୁତି ବି ଦେଇଛନ୍ତି। ‌ଏହି ଘଟଣାକୁ ନେଇ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଛନ୍ତି, ‘ରାହୁଲ ଅନେକ ସ୍ଥାନକୁ ଯାଇ ଛାତ୍ରଙ୍କ ସହ, ଖେଳାଳିଙ୍କ ସହ, ଚାଷୀଙ୍କ ସହ ତ ପୁଣି କେତେବେଳେ ଡେଲିଭରି ବୟଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରୁଛନ୍ତି।’

Leave A Reply

Your email address will not be published.