ଶୀତରେ ଥରୁଛି ପୂରା ଓଡିଶା

0

ଓଡ଼ିଆ ନ୍ୟୁଜ୍: ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ରାଜ୍ୟରେ ବଢ଼ିବ ଶୀତ ପ୍ରକୋପ । ରାତି ତାପମାତ୍ରା ୨ଦିନ ଭିତରେ ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ । ବର୍ତ୍ତମାନ ପାଗ ମୁଖ୍ୟତଃ ଶୁଖିଲା ରହିବ । କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁରରେ ଘନ କୁହୁଡ଼ି ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସତର୍କ କରାଇଛି । ୬ରୁ କୁହୁଡ଼ି ପ୍ରକୋପ ବି କମିଯାଇପାରେ ।

ବୁଧବାର ରାତିରେ ଦାରିଙ୍ଗିବାଡ଼ି ତାପମାତ୍ରା ୯ ଡିଗ୍ରୀ ସେଲସିୟସ୍, ଜି.ଉଦୟଗିରି ୧୦.୧, ଝାରସୁଗୁଡ଼ା ୧୦.୯, ଫୁଲବାଣୀ ୧୧, କିରେଇ ୧୧.୩, କୋରାପୁଟ ୧୧.୬, ରାଉରକେଲା ୧୨ ଡିଗ୍ରୀ ଥିଲା । କଟକ ଓ ଭୁବନେଶ୍ୱର ତାପମାତ୍ରା ୧୫ ଡିଗ୍ରୀ ଉପରେ ଥିଲା । ଶୁକ୍ରବାର ରାତିରେ କଟକ ଓ ଭୁବନେଶ୍ୱର ତାପମାତ୍ରା ଆହୁରି ୧-୨ ଡିଗ୍ରୀ ପାଖାପାଖି କମିପାରେ । ୬ ତାରିଖବେଳକୁ ଭୁବନେଶ୍ୱର ଓ କଟକରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ପାଖାପାଖି ରହିପାରେ ।

Leave A Reply

Your email address will not be published.