ପାଣି ନାହିଁତ ଭୋଟ ନାହିଁ, ନାରା ଦେଇ ତାତିଲେ ମହିଳା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ସଦର ମହାକାଳପଡ଼ା ପଂଚାୟତସ୍ଥ ଅନୁକୋଣରେ ଅବସ୍ଥିତ 24ନମ୍ବର ୱାର୍ଡ ତଥା ଗହ୍ମା ଗାଁ ର ମହିଳା ପାନୀୟ ଜଳ ସମସ୍ୟା ନେଇ ଅଶାନ୍ତି ବ୍ୟକ୍ତ କରିଛନ୍ତି | ଦୀର୍ଘ ଦିନ ଧରି ସମସ୍ୟା ଲାଗି ରହିଥିଲେବି ଗ୍ରାମବାସୀଙ୍କ ସମସ୍ୟା ପ୍ରତି ପ୍ରଶାସନ ଧ୍ୟାନ ଦେଉନି  | ଏନେଇ ବହୁ ପୂର୍ବରୁ ମହିଳା ମାନେ ରାସ୍ତାରୋକ କରିଥିଲେ ବି ଏଯାବତ ସମସ୍ୟାର ସମାଧାନ ହୋଇନି |

ଯାହା ନେଇ ମଙ୍ଗଳ ବାର ମହିଳା ଗରା ମାଠିଆ ଧରି ଶାନ୍ତି ପୂର୍ଣ୍ଣ ପ୍ରତିବାଦ କରିଥିଲେ | ଏପରିକି ପିଇବାକୁ ପାଣି ଯୋଗାଇନଦେଲେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ପ୍ରଶାସନ କୁ ଚେତାବନୀ ଦେଇଛନ୍ତି | ଗାଁ ରେ ପାଖl ପାଖି ପାଞ୍ଚଟି ନଳକୂପ ଥିଲେବି ଦୁଇଟି ଅଚଳ ରହିଥିବା ବେଳେ ଅନ୍ୟ ତିନିଗୋଟି ମଧ୍ୟରୁ ଗୋଟିକ ର ଜଳ ପିଇବା ଉପଯୁକ୍ତ l ଗାଁ ପୋଖରୀ ର ପାଣି ବ୍ୟବହାର ଉପଯୋଗୀ ହେଉନଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଭାଗବତ ନାୟକ ଙ୍କ ଘର ପାଖ ନଳକୂପ ଏକମାତ୍ର ପାନୀୟ ଜଳଉତ୍ସ ପାଲଟିଥିବା ବେଳେ ବହୁ ଦୂରରୁ ନିତ୍ୟ ନୈମିତ୍ୟ ଗରା ମାଠିଆରେ ପାଣି ବୋହିବା ସଭିଙ୍କ ପକ୍ଷେ କଷ୍ଟ ସାପେକ୍ଷ ହେଉଛି |

ଏତଦ ବ୍ୟତୀତ ଗାଁର ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିବା, ଗାଁ ରେ ସବୁଦିନିଆ ରାସ୍ତା ର ଅଭାବ ସାଙ୍ଗକୁ ରାସନ ଚାଉଳ ପାଇଁ ତିନି କିଲୋମିଟର ଯିବା କୁ ପଡୁଥିବା ସମସ୍ୟା ର ସମାଧାନ ନେଇ ଦାବି ଉଠାଇଛନ୍ତି | ବହୁ କ୍ଷେତ୍ର ରେ ଅବହେଳିତ ଗ୍ରାମ ପ୍ରତି ପ୍ରଶାସନ ଦୃଷ୍ଟି ନଦେଲେ ଗ୍ରାମବାସୀ ସାଧାରଣ ନିର୍ବାଚନ ରେ ସାମୁହିକ ଭୋଟ ବର୍ଜନ କରିବେ ବୋଲି କହନ୍ତି |

Leave A Reply

Your email address will not be published.