ବଡମ୍ବା: ହାତୀ ଆକ୍ରମଣରେ ମହିଳା ଫରେଷ୍ଟ ଗାର୍ଡ ଗୁରୁତର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଡମ୍ବା ରେଞ୍ଜ ଅଧିନ ବାଣପୁର ଜଙ୍ଗଲ ରେ ହାତୀ ଆକ୍ରମଣରେ ମହିଳା ଫରେଷ୍ଟ ଗାର୍ଡ ଗୁରୁତର।ମହିଳା ଫରେଷ୍ଟଗାର୍ଡ ଙ୍କର ବୟସ ବୟସ ୩୭ ବର୍ଷ । ବଡମ୍ବା ରେଞ୍ଜ ଅଧିନ ବାଣପୁର ବିଟ ହାଉସ, ରାମପୁର ଜଙ୍ଗଲରେ ହାତୀ ଜଗିଥିବା ବେଳେ ଆକ୍ରମଣ ର ଶିକାର ହୋଇଛନ୍ତି ମହିଳା।ନଳିନୀ ଜଙ୍ଗଲ କୁ ହାତୀର ଗତିବିଧି ନଜର ରଖିବାକୁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡିଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେବା ସହ ଗୋଡ଼ରେ ଦଳି ଦେଇଥିଲା। ଫରେଷ୍ଟ ଗାର୍ଡ ମହିଳା ଙ୍କର ନାଁ ନଳିନୀ ବେହେରା ।

ଘଟଣାସ୍ଥଳରେ ନଳିନୀ ବେହୋସ ହୋଇ ପଡ଼ିଥିଲେ । ଅନ୍ୟ ସାଥି ଙ୍କୁ ମଧ୍ୟ ହାତୀ ଗୋଡାଉ ଥିବା ବନ କର୍ମଚାରୀ ସୂଚନା ମିଳିଛି। କିନ୍ତୁ ଅନ୍ୟ ମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ବାଣପୁର ଗାଁ ଲୋକେ ମହିଳା ଙ୍କୁ ଉଦ୍ଧାର କରି ପ୍ରଥମେ ବଡମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ କଟକ ବଡ ଡାକ୍ତରଖାନା କୁ ପଠାଇଛନ୍ତି। ଖବର ପାଇ ବଡମ୍ବା ବନବିଭାଗ ଓ ବଡମ୍ବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ କଟକ ଅଧିକ ଚିକିତ୍ସା ପାଇଁ ପଠା ଯାଇଛି। ହାତୀକୁ ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ବନ ବିଭାଗ ତୁରନ୍ତ ହାତୀକୁ ଘଉଡ଼ାଇବାକୁ ଦାବି ହେଉଛି।।

Leave A Reply

Your email address will not be published.