ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସରେ ମହିଳା କରିବେ ପରେଡ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ୨୦୧୫ରେ ପ୍ରଥମ ଥର ପାଇଁ କେବଳ ମହିଳାଙ୍କୁ ନେଇ ଗଠିତ ହୋଇଥିବା ଦଳ ପରେଡରେ ସାମିଲ ହୋଇଥିଲା । ୨୦୧୯ରେ କ୍ୟାପିଟେନ ଶିଖା ସୁରଭି ପ୍ରଥମ ମହିଳା ଅଫିସର ଭାବରେ ବାଇକ ଷ୍ଟଣ୍ଟ ଡେୟାର ଡେଭିଲସର ନେତୃତ୍ୱ ନେଇଥିଲେ । ସାଧାରଣତନ୍ତ୍ର ଦିବସ ପରେଡରେ ସାଂସ୍କତିକ ବିବଧତା ସହ ସୈନ୍ୟ ଶକ୍ତିର ପ୍ରଦର୍ଶନ ହୋଇଥାଏ । ରାଜ୍ୟଗୁଡିକର ପ୍ରଜ୍ଞାପନ ମେଢ ମଧ୍ୟ ସାମିଲ ହୋଇଥାଏ। ୨୦୨୪ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଇତିହାସରେ ଏକ ବିଶେଷ ଦିନଟିଏ ହେବାକୁ ଯାଉଛି। ଗଣତନ୍ତ୍ର ଦିବସ ଉତ୍ସବରେ ଚଳିତ ବର୍ଷ ଦିଲ୍ଲୀର କର୍ତ୍ତବ୍ୟ ପଥରେ କେବଳ ମହିଳା ଯବାନମାନଙ୍କୁ ପରେଡ୍‌ କରିବା ଦେଖିବାକୁ ମିଳିବ।

ଏହାଛଡ଼ା ମାର୍ଚ୍ଚିଂ ଓ ସଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ତଥା ପ୍ରସ୍ତୁତିରେ କେବଳ ମହିଳାଙ୍କୁ ଦେଖିବାକୁ ମିଳିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରସ୍ତାବ ଉପରେ ବ୍ୟାପକ ବିଚାର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।  ୨୦୨୪ ସାଧାରଣତନ୍ତ୍ର ଦିବସକୁ ଖାସ୍ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପରେଡରେ ଦେଖିବାକୁ ମିଳିବ ମହିଳା ସଶକ୍ତିକରଣର ଝଲକ ।

କେବଳ ମହିଳା ହିଁ ପରେଡ କରିବେ । କର୍ତ୍ତବ୍ୟ ପଥରେ ପରେଡ, ମାର୍ଚ୍ଚପାଷ୍ଟ ଓ ସାଂସ୍କୃତିକ କାର୍ୟ୍ୟକ୍ରମରେ କେବଳ ମହିଳା ହିଁ ନଜର ଆସିବେ । ବ୍ୟାପକ ବିଚାରବିମର୍ଷ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୃହ, ସଂସ୍କୃତି ଓ ନଗର ଉନ୍ନୟନ ସହ ସମସ୍ତ ମନ୍ତ୍ରଣାଳୟକୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.