୨୫ ଲକ୍ଷ ଟଙ୍କା ନେଇ ମହିଳା ଗ୍ରୁପ୍ ଲିଡର ଫେରାର, ଥାନାରେ ଅଭିଯୋଗ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ଘରୋଇ ସଂସ୍ଥା ପକ୍ଷରୁ ଗ୍ରାମ ଗ୍ରାମ ବୁଲି ମହିଳାମାନଙ୍କୁ ନେଇ ବିଭିନ୍ନ ଗ୍ରୁପ କରି ଲକ୍ଷାଧିକ ଟଙ୍କା ଋଣ ଆକାରରେ ଦେଇଥାନ୍ତି। ଉକ୍ତ ଋଣ ଟଙ୍କା କୁ ମହିଳା ମାନେ ଠିକ୍ ସମୟରେ ପଇଠ କରିଥାନ୍ତି ଏବଂ ପୁଣି ଘରୋଇ ଅର୍ଥ ଲଗାଣ ସଂସ୍ଥାରୁ ଟଙ୍କା ନେଇଥାନ୍ତି।ଏକ ଘଟଣା କ୍ରମରେ ଗ୍ରୁପ୍ ସଦସ୍ୟ ମାନେ ପଇସା ବିଭିନ୍ନ ସଂସ୍ଥା ରୁ ଉଠାଇ ବା, ଗ୍ରୁପ୍ ଲିଡର ସଦସ୍ୟ ମାନଙ୍କ ପଇସା ନେଇଯିବା |

ଏହି ପରି କିଛି ଦିନ ଠିକ୍ ଠାକ୍ ଚାଲିବା ପରେ କୌଣସି କାରଣ ବଶତଃ ଠିକ୍ ସମୟରେ ଟଙ୍କା ନ ଦେଇ ପାରିବାରୁ ଘରୋଇ ଅର୍ଥ ଲଗାଣ ସଂସ୍ଥାରୁ ସମସ୍ତ କର୍ମଚାରୀ ମହିଳାମାନଙ୍କ ଘର ପାଖରେ ରାତି ୯ ଟା ପର୍ଯ୍ୟନ୍ତ ବସି ରହିଲେ | ଏହା ସହିତ ମହିଳା ମାନଙ୍କୁ ବିଭିନ୍ନ ପ୍ରକାରର କୁ ଭାଷାରେ ଗାଳିଗୁଲଜ କରୁଥିଲେ | ଗ୍ରୁପ୍ ଲିଡର ଟଙ୍କା ଫେରାର ନେଇ ଥାନାରେ ଅଭିଯୋଗ କରିଛନ୍ତି ସଦସ୍ୟ ମାନେ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ କୁମାରପୁର ଗ୍ରାମର ଘଟିଯାଇଛି ଏମିତି ଏକ ଘଟଣା, ଯାହା ଚିନ୍ତାର ବିଷୟ।

ଉକ୍ତ ଗ୍ରାମର ସନାତନ ଦାସ ଙ୍କ ପତ୍ନୀ ସାବିତ୍ରୀ ଦାସ ମହିଳା ଗ୍ରୁପ ଲିଡର ଭାବରେ ଦୀର୍ଘ ଦିନ ଧରି ଘରୋଇ ଅର୍ଥ ଲଗାଣ ସଂସ୍ଥା ନିକଟରୁ ୠଣ ଟଙ୍କା କାରବାର କରୁଥିଲେ । ପରେ ୨୫ ଲକ୍ଷ ଟଙ୍କା ଋଣ ନେଇ ଫେରାର ହୋଇଥିବା କିଛି ଗ୍ରୁପ ମହିଳା ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି। ଉକ୍ତ ମହିଳା ଜଣକ ବିଭିନ୍ନ କଥା କହି କିଛି ମହିଳାମାନଙ୍କୁ ନେଇ ଗ୍ରୁପ କରାଇ ଶେଷରେ ଠକିଥିବା ଅଭିଯୋଗ କରିଛନ୍ତି।

Comments are closed.