ଚୋରା ବାଲି ଚାଲାଣ ବେଳେ ପୋଲିସର ଚଢ଼ାଉ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚୋରା ବାଲି ଚାଲାଣ ବେଳେ ପୋଲିସ ର ଚଢ଼ାଉ। ତିନୋଟି ହାଇୱା ଗାଡି ଜବତ। ଆଗକୁ ଏମିତିକି ଚୋରା ବାଲି ଚାଲାଣ ରୋକିବା ପାଇଁ ଚଢ଼ାଉ ଜାରି ରହିବ ବୋଲି ବାଲିଆପାଳ ପୋଲିସ ପକ୍ଷରୁ ସୁଚନା।ବେଆଇନ ବାଲି ବୋଝେଇ ହାଇୱା ଜବତକଲା ବାଲିଆପାଳ ପୋଲିସ ପ୍ରଶାସନ।ସୁବର୍ଣ୍ଣ ରେଖା ନଦୀରୁ ବାଲିଆପାଳ ତହସିଲ ଅଧୀନରେ ରହିଛି ଛୋଟ ଖାନପୁରଠାରେ ଚଡ଼ବଢାପାଳ ବାଲିଖାଦାନ ।ପ୍ରତ୍ୟେକ ଦିନ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କେସିବି ଓ ଲୋକଙ୍କ ଦ୍ବାରା ଟ୍ରାକ୍ଟରରେ ବାଲି ଭର୍ତ୍ତି ହୋଇ ତ୍ରାହିଅଚ୍ୟୁତ ଆଶ୍ରମ, କାଳୀକାପୁର ମକର ମେଳା ପଡ଼ିଆ ବାଇଗଣବାଡ଼ିଆ ପୋଲ ନିକଟସୁ ତାରିଣୀ ମନ୍ଦିର ନିକଟରେ ଶହଶହ ଟ୍ରିପ ବାଲି ଆସି ଜମା ହୋଇ ରହୁଥିବାବେଳେ ରାତିଅଧିଆ ଡମ୍ପରରେ ବାଲି ପଡ଼ୋଶୀ ପଶ୍ଚିମବଙ୍ଗ ଚାଲାଣ ହେଉଛି। କମର୍ଦା ଥାନାକୁ ମୋଟା ଅଙ୍କର ଅର୍ଥ ଦିଆଯାଉଥିବା ଶୁଣିବାକୁ ମିଳୁଛି ।

ଟ୍ରାକ୍ଟର ପିଛା ୬ ଶବ୍ଦ ଓ ଛଅ ଚକିଆ ଢମ୍ବର ପିଛା ୬ ହଜାର ଟଙ୍କା ହିସାବରେ ଜେସିବି ଲୋଡିଂ ବାବଦରେ ନେଉଛି । ସବୁଠାରୁ ଲଜ୍ଜାର କଥା କଣ୍ଟାପାଳ ବାଲି ଖାଦାନଠାରୁ ଜଳେଶ୍ବର ତହସିଲ ଅଫିସ ୨୫ କିମି ଦୂରତା ହେଉଥିବାରୁ ପ୍ରଶାସନ ତରଫରୁ ବାଲିଖାଦାନ ଉପରେ ଚଢାଉ ଠିକ୍ ଭାବରେ ହୋଇପାରୁ ନାହିଁ।ଦିନକୁ ଦିନ ବାଲିମାଫିଆ ମାନଙ୍କ ପ୍ରାଦୂର୍ଭାବ ଯେଭଳି ବଢ଼ୁଛି ସେମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ରୋକିବା କଷ୍ଟକର ହୋଇ ପଢୁଛି।ବେଆଇନ ବାଲି ଉତ୍ତୋଳନକୁ ରୋକିବା ପାଇଁ ପ୍ରଶାସନ ତରଫରୁ ରାସ୍ତାରେ ବଡ ଗାଡି ନ ଯିବା ପାଇଁ ମଝି ରାସ୍ତାରେ ଖୁଣ୍ଟ ପୋଚା ଯାଇଥି ଲେ ସୁଦ୍ଧା ଟ୍ରାକ୍ଟର ସାହାଯ୍ୟରେ ଶହଶହ ଟ୍ରିପ୍ ବାଲି ବୃହାଯାଉଛି । ଦିନ‌କୁ ଦିନ ଛତୁ ଫୁଟିଲା ପରି ବେଆଇନ ଷ୍ଟାପ, ଚଦର ଓ ଫିକ ସଚେମିନ ଚେମିନି ଇଟାଭାଟି ଗଢିଉଠିବା ଫଳରେ ଶହଶହ ଟ୍ରିପ ବାଲି ଓ ମାଟି ଆବଶ୍ୟକ ପଡ଼ୁଛି । ଯାହା ଫଳରେ ସୁବର୍ଷରେଖା ନଦୀରୁ ଯେଭଳି ବାଲି ଓ ପାର୍ଶ୍ଵ ବର୍ତ୍ତୀ ଅଞ୍ଚଳରୁ ମାଟି ଉତ୍ତୋଳନ ହେଉଛି । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ତରଫରୁ ବାଲିମାଫିଆ ଓ ଇଟାଭାଟି ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତାହାହେଲେ ସମୟ ଆସିବ ଜଳେଶ୍ଵର, ବାଲିଆପାଳ ବ୍ଲକର ଅଧିକାଂଶ ପଞ୍ଚାୟତ ନଦୀ ଗର୍ଭରେ ଲୀନ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।ଦୀନରେ ଟ୍ରାକ୍ଟର ବାଲି ଉତୋଳନ କରି ବିନା ପେପର। ହାଇୱା ଯୋଗେ ଜିଲ୍ଲା ଓ ଜିଲ୍ଲା ବାହାର ଚୋରା ଚାଲାଣ କରୁ ଥିବା ସମୟରେ ତିନୋଟି ହାଇୱା ଜବତ ଓ ଡ଼୍ରାଇଭର ଫେରାଲ୍ ।

ବେଆଇନ ଭାବରେ ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ କରିବା ସହିତ ହାଇୱା ସାହାଯ୍ଯରେ ପଶ୍ଚିମବଙ୍ଗକୁ ବାଲି ଚାଲାଣ ହେଉଥିବା ଏବଂ ରାତିରେ ମଧ୍ଯ ପୋଲିସ ରାତ୍ରିରେ ପାଟ୍ରୋଲିଂ ସମୟରେ ବାଲିଆପାଳ ଥାନା ଅର୍ନ୍ତଗତ ଛୋଟଖାନପୁରଠାରୁ ତିନୋଟି ହାଇୱା କୁ ଜବତ କରିଛି। ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ଥିବା ମାଫିଆଙ୍କ ଉତ୍ପାତ ଦିନକୁ ଦିନ ବଢ଼ି ଚାଲିଛି। ବିନା ଅବାଧରେ ବେଆଇନ ବାଲି ଚାଲାଣ ଚାଲିଛି। ଜିଲ୍ଲା ଓ ବାହାର କୁ ପ୍ରତିଦିନ ବିଭିନ୍ନ ବାଟ ଦେଇ ଚାଲାଣ ହେଉଥିବା ଜଣାପଡ଼ିଛି। ଲୋକେ ପ୍ରତିବାଦ କଲେ ହତ୍ୟା ଧମକ ମିଳୁଛି। ବାଲିଆପାଳ ସୁବର୍ଣ୍ଣରେଖା ନଦୀ ରେ ବାଲି ଚୋରି ଚାଲାଣରେ ରୋକ୍‌ ଲାଗିନାହିଁ। ଛୋଟ ଖାନପୋର, ବଡ଼ ଖାନପୁର ଚଢ଼ ବଡାପାଳ ଆଖପାଖ ଅ˚ଚଳରେ ଚୋରା ଖଣି ଖନନ ଚାଲିଛି। ଆଖପାଖ ଗାଁ ଲୋକେ ଖଣି ପାଖକୁ ଗଲେ ମାଫିଆମାନେ ହତ୍ୟା ଧମକ ଦେଉଛନ୍ତି।ଫଳରେ ଭୟରେ କେହି ସେଠାକୁ ଯାଉନାହାନ୍ତି। ଚଢ଼ ବଢାପାଳ ସୁବର୍ଣ୍ଣରେଖା ନଦୀ ରୁ ଦୀର୍ଘ ବର୍ଷ ହେଲା ଜେସିବି ସାହାଯ୍ୟ ରେ ଖୋଳା ଚାଲିଛି। ବିନା ପରମିଟ୍‌ରେ ସୁବର୍ଣ୍ଣରେଖା ନଦୀ ରୁ ହାଇୱା ଏଠାରୁ ମାଲ୍‌ ନେଇ ଉଲୁଡା, କମଦା, ଥାନା ଛକ, ବିଭିନ୍ନ ଦିଗ ଦେ ଇ ରାସ୍ତାରେ ପଶ୍ଚିମବଙ୍ଗ ସୀମାକୁ ନେଉଛନ୍ତି ଚୋରା ବାଲି। ଓଡ଼ିଶା ବାଲି ବିହାରରୁ ଛତିଶଗଡ଼ ଓ ପଶ୍ଚିମବଙ୍ଗ ଯାଉଛି।ଅନ୍ୟପକ୍ଷରେ ଏହି ଘଟଣାର ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେଠା କାର ଗ୍ରାମ ବାସି ଦାବି କରିଛନ୍ତି ।

Comments are closed.