ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିକାଲି ବ୍ଯସ୍ତବହୁଳ ଜୀବନରେ ଲୋକେ ନିଜର ଓ ପରିଜନଙ୍କ ଜନ୍ମଦିନରେ ଆମୋଦପ୍ରମୋଦ କରିଥାନ୍ତି | କିନ୍ତୁ ରାଇରଙ୍ଗପୁର ସହରରେ ଏହାର ବ୍ଯତିକ୍ରମ ଦେଖାଯାଇଛି |
ସ୍ଥାନୀୟ ଅଳାଁଡୁବା ରେ ରହୁଥିବା ଅଗ୍ନିଶ୍ରମ ବିଭାଗରେ କାର୍ଯ୍ଯରତ ଭାଗବତ ସାହୁ ଓ ତାଙ୍କ ଧର୍ମପତ୍ନୀ କେରଳା ପବ୍ଲିକ ସ୍କୁଲରେ ଶିକ୍ଷୟତ୍ରୀ ଅପର୍ଣ୍ଣା ନନ୍ଦଙ୍କ ଅଳିଅଳି କନ୍ଯା ଆରଧ୍ଯା ସାହୁଙ୍କ ଚତୁର୍ଥ ବାର୍ଷିକୀ ଜନ୍ମଦିନରେ ଜାକଜମକ ଭାବେ ପାଳନ ନ କରି ରାଇରଙ୍ଗପୁର ସହରସ୍ତ ବସଷ୍ଟାଣ୍ଡ ନିକଟସ୍ତ ଲେପ୍ରସି କଲୋନୀ କୁ ଯାଇ ସେମାନଙ୍କୁ ଛତା ଓ ମିଷ୍ଠାନ୍ନ ବଣ୍ଟନ କରିଥିଲେ | ଏଥିରେ ତାଙ୍କର ବନ୍ଧୁପରିଜନ ଏବଂ ଆତ୍ମୀୟସଜ୍ଜନ ଏହି ନିଆରା କାର୍ଯ୍ଯକ୍ରମକୁ ପ୍ରଶଂସା କରିଥିଲେ | ଏ ବିଷୟରେ ଆମ ପ୍ରତିନିଧି ପଚାରିବାରୁ ସେ କହିଥିଲେ ଯେ ନିଜର ସୁଖସ୍ବାଛନ୍ଦରେ ମଜ୍ଜି ନ ରହି ସମାଜରେ ରହୁଥିବା ଗରିବ ଲୋକମାନଙ୍କର ସେବା କରିବା ମନୋବୂତ୍ତି ପୋଷଣ କରିବା ପାଇଁ ସମସ୍ତଙ୍କୁ ବାର୍ତ୍ତା ଦେଇଥିଲେ |
ଏହି ଭବ୍ଯ ସମାରୋହରେ ତାଙ୍କର ଅଜା ବାଉରିବନ୍ଧୁ ନନ୍ଦ ଓ ଆଇ ପୂର୍ବତନ କାଉସିଲର ପ୍ରତିମା ନନ୍ଦ ଙ୍କୁ ଅଶେଷ ଧନ୍ଯବାଦ ଜଣାଇଥିଲେ | ଆମେ ସମସ୍ତେ ନିଜ କର୍ମରେ ଏତେ ବ୍ଯସ୍ତ ହୋଇପଡୁଛେ ଯେ ଗରିବ ଲୋକମାନଙ୍କର ଦୁଃଖରେ ଦୁଃଖି ଓ ଆହା ପଦିଏ କହିବାପାଇଁ କ୍ଷଣିକ ସମୟ ନାହିଁ | ବାସ୍ତବିକ ଏହା ହୁଦୟସ୍ପଶି ଓ ନିଆରା ମନେହୁଏ |