ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାପ କାମୁଡାରେ ନାବାଳିକା ମୃତ | ସାପ କାମୁଡାରେ ଆଜି ଜଣେ ନାବାଳିକାର ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲେ ତିଲେଇବଣି ବ୍ଲକର ବିନ୍ଦିପୁର ଗ୍ରାମର ସୁଶୀଲ ସାହୁଙ୍କ ଝିଅ ପ୍ରିୟଙ୍କା(୧୧)।
ସୂଚନା ଅନୁଯାୟୀ, ଗତକାଲି ରାତିରେ ପ୍ରିୟଙ୍କା ନିଜ ପରିବାର ଲୋକଙ୍କ ସହିତ ଶୋଇଥିବାବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା।ଫଳରେ ପ୍ରିୟଙ୍କା ଗୁରୁତର ହୋଇ ପଡିବାରୁ ପରିବାର ଲୋକ ତାଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବରପାଇ ଦେବଗଡ ଥାନା ପୁଲିସ ଶବ ଜବତ କରିବା ସହିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଶବବ୍ୟବଛେଦ ପରେ ପରିବାର ଲୋକଙ୍କୁ ପୁଲିସ ମୃତଦେହ ହସ୍ତାନ୍ତର କରିଛି।