ନାରୀ ଶକ୍ତି ବନ୍ଦନ ଯାତ୍ରା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନାରୀ ଶକ୍ତି ବନ୍ଦନ ଯାତ୍ରା ଅନୁଷ୍ଠିତ | ରାଇରଙ୍ଗପୁର ସହରରେ ଭାରତୀୟ ଜନତା ପାର୍ଟି ଆନୁକୂଲ୍ୟରେ ମହିଳା ମୋର୍ଚ୍ଚା ର ନାରୀ ଶକ୍ତି ବନ୍ଦନ ଯାତ୍ରା ସ୍ଥାନୀୟ ଦୁର୍ଗାମଣ୍ଡପ ଛକ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ଶ୍ରୀ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ | ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ନାରୀମାନେ ମୋଦୀଜିଙ୍କ ଆହ୍ବାନରେ ନାରୀମାନେ ଆତ୍ମନିର୍ଭରଶୀଳ ଓ ସ୍ବାବଲମ୍ବୀ ହେଲେଣି |ଭାରତର କୋଣ ଅନୁକୋଣରେ ନାରୀମାନେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସଶକ୍ତ ହେଲେଣି |

ଲୋକେ ସେମାନଙ୍କର ମୌଳିକ ସେବାରୁ ବଞ୍ଚିତ ହେଉନାହାନ୍ତି | ଉକ୍ତ ଶୋଭାଯାତ୍ରାରେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ଯଥା ଉଜ୍ଜଳା ଗ୍ୟାସ ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ଜନଧନ ଯୋଜନା, ପ୍ରତି ଘର ପାନୀୟ ଜଳ ଯୋଜନା, ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍, ବେଟୀ ବଚାଓ ବେଟୀ ପଢାଓ, ନାରୀମାନଙ୍କ ନିମନ୍ତେ ୩୩ ଶତକଡା କୋଟା ଆଦି ଯୋଜନା କୁ ଜନସଚେତନତା କରିଥିଲେ |ବାସ୍ତବିକ ମୋଦୀଜିଙ୍କ ବିକଶିତ ଭାରତ ଯୋଜନାକୁ ଲୋକାଭିମୁଖୀ କରିବା ସମୟ ଆସିଛି | ସେ ପୁଣି କହନ୍ତି ସବକା ସାଥ ସବକା ବିକାଶ |

ଏଥିରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ସୋନାଲି ବିଜୟଲକ୍ଷ୍ମୀ ମହାନ୍ତ, ବିଧାୟକ ନବ ଚରଣ ମାଝୀ, ରାଜ୍ୟ ସଂପାଦକ ନବୀନ ରାମ, ରାଜ୍ୟ ଏସ୍ ଟି ମୋର୍ଚ୍ଚା କାର୍ଯ୍ୟକାରିଣୀ ଫାଗୁରାମ ମାର୍ଣ୍ଡି, ରାଜ୍ୟ ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀ ବିଜୁ ଗୋପାଳ ଗୋପ, ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ଟାଉନ ସଭାପତି ମିଥିଳା ଟୁଡୁ, କାର୍ଯ୍ୟକର୍ତ୍ତା ଜଳେନ ବାର୍ଦ୍ଦା, ସୁବାଷ ବେହେରା, କ୍ରୀଷ୍ଣାଦେବୀ ସ୍ବାମୀ, ମଞ୍ଜୁ ଶର୍ମା, ବରୁଣ ଦେ, ନିରୂପମା ଟୁଡୁ, ବାପି ଦାସ, ଶଶାଙ୍କ କୁମାର, ମିମତୀ ବସା, ଲଳିତା ବିନ୍ଧାଣୀ ପ୍ରମୁଖ ନେତୃତ୍ବ ନେଇଥିଲେ | ଏଥିରେ ଶତାଧିକ ଭାରତୀୟ ଜନତା ପାର୍ଟିର କର୍ମୀ ଯୋଗ ଦେଇଥିଲେ |

Leave A Reply

Your email address will not be published.