ବିଶ୍ୱ ଛେନାପୋଡ଼ ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କ୍ଷୀରରୁ ଛେନା ଆଉ ଛେନାରୁ ଛେନାପୋଡ଼ । ଓଡିଆର ସ୍ଵାଦ ଓ ପ୍ରତିଟି ଓଡିଆର ପସନ୍ଦର ମିଠା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଅର୍ପଣ ହେଉଥିବା ଏହି ମିଠାର ଦ୍ଵିଗୁଣ ସ୍ଵାଦ ଓଡିଆଙ୍କ ସବୁ ପର୍ବପର୍ବାଣୀରେ ଖୋଜାପଡେ। ଆଜି ସେହି ସ୍ଵାଦିଷ୍ଟ ଛେନାପୋଡ ପାଇଁ ଉତ୍ସର୍ଗୀକୃତ ଦିନ ଛେନାପୋଡ ଦିବସ। ପ୍ରତିବର୍ଷ ଏପ୍ରିଲ ୧୧ ତାରିଖକୁ ଛୋନାପୋଡ ଦିବସ ଭାବରେ ପାଳନ କରାଯାଏ।

ବିଶ୍ୱାସ ରହିଛି, ନୟାଗଡ଼ରେ ମିଠା ବ୍ୟବସାୟୀ ସୁଦର୍ଶନ ସାହୁ କିଛି ଛେନାକୁ ନେଇ ଏପରି ବ୍ୟଞ୍ଜନର ଆବିଷ୍କାର କରିଥିଲେ। ଧିରେ ଧିରେ ନୟାଗଡ଼ରୁ ଏବେ ସାରା ରାଜ୍ୟରେ ଛେନାପୋଡ଼ ନିଜ ସ୍ୱାଦକୁ ପରସି ପାରିଛି । ପ୍ରତିଦିନ ନୟାଗଡ଼ ସମେତ ସାରା ଦେଶକୁ ରାଜ୍ୟର ବିଭିନ୍ନ ସ୍ଥାନର ଛେନାପୋଡ଼ ରପ୍ତାନୀ ବି କରାଯାଉଛି । ସମସ୍ତେ ଆଦର କରନ୍ତି, ସମସ୍ତେ ନିଜର କରି ନେଇଛନ୍ତି । ହେଲେ ଛେନାପୋଡ଼କୁ GI ଟ୍ୟାଗ୍ ଏବେ ଯାଏଁ ମିଳିନି । ତେଣୁ ରସଗୋଲା ଭଳି ବିବାଦ ଛେନାପୋଡ଼ ସହ ଯୋଡ଼ି ହେବା ପୂର୍ବରୁ ଏହାକୁ ଉପଯୁକ୍ତ ମାନ୍ୟତା ପାଇଁ ଦାବି ଉଠିଲାଣି।

ଛୋନାପୋଡ ଖାଇବାକୁ ପିଲାଠୁ ବୁଢା ସମସ୍ତେ ପସନ୍ଦ କରିଥାନ୍ତି।  ଛେନାପୋଡର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ବିଶ୍ଵ ଛେନାପୋଡ ଦିବସ ରୂପେ ପାଳନ କରାଯାଏ। ନୟାଗଡ ମାଟିରୁ ଜନ୍ମ ନେଇଛି ଛେନାପୋଡ। ଏହା କେବଳ ନୟାଗଡ ନୁହେଁ , ସାରା ବିଶ୍ଵରେ ପରିଚିତ ହୋଇପାରିଛି। ତେଣୁ ଏହାକୁ ଜିଆଇ ଟ୍ୟାଗର ମାନ୍ୟତା ଲାଗି ଦାବି କରାଯାଉଛି।

Leave A Reply

Your email address will not be published.