ବିଶ୍ବ ଶାନ୍ତି ବିଷ୍ଣୁ ମହାଯଜ୍ଞ ପୂର୍ଣ୍ଣାହୁତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଶ୍ବ ଶାନ୍ତି ବିଷ୍ଣୁ ମହାଯଜ୍ଞ ପୂର୍ଣ୍ଣାହୁତି | ବାମନଘାଟୀ ଉପଖଣ୍ଡ ବ୍ରାହ୍ମଣ ମହାସଭା ଆନୁକୂଲ୍ୟରେ ତୃତୀୟ ବର୍ଷରେ ସ୍ଥାନୀୟ ରାଇରଙ୍ଗପୁର ସହରସ୍ତ ଶ୍ରୀ ପୂର୍ଣ୍ଣେଶ୍ବର ମନ୍ଦିର ପରିସରରେ ଗତ ୯ ତାରିଖ ଅଙ୍କୁରାରୋପଣ କରାଯାଇଥିଲା |

୧୦ ତାରିଖ ସ୍ଥାନୀୟ ମହିଳାମାନଙ୍କ ସାହାଯ୍ୟରେ ୧୦୮ କଳସ ଯାତ୍ରା କରାଯାଇ ବିଷ୍ଣୁ ଯଜ୍ଞ ବିଧି ଆରମ୍ଭ ହୋଇଥିଲା | ଉକ୍ତ ଯଜ୍ଞକାଣ୍ଡରେ ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ ପୂଜକ ସସ୍ତ୍ରୀକ ଯଜ୍ଞ କର୍ତ୍ତା ଭାବେ ଯଜ୍ଞ ବେଦୀରେ ଆସୀନ ହୋଇଥିଲେ | ୧୧ ତାରିଖ ଯଥାବିଧି ଯଜ୍ଞ କାର୍ଯ୍ୟ ହେବା ପରେ ୧୨ ତାରିଖ ପୂର୍ଣ୍ଣାୁହୁତି ହୋଇଥିଲା |ଉକ୍ତ ବିଶ୍ବଶାନ୍ତି ଯଜ୍ଞରେ ପୁରୀ ଠାରୁ ନିମନ୍ତ୍ରିତ ପଣ୍ଡିତଗଣ ତଥା ଏ ଅଞ୍ଚଳର ବିଜ୍ଞ କର୍ମକାଣ୍ଡ ପୁରୋହିତଙ୍କ ଦ୍ବାରା ବିଷ୍ଣୁ ମହାଯଜ୍ଞ ସମ୍ପନ୍ନ ହେଲା | ପ୍ରତ୍ୟେକ ଦିନ ଏ ଅଞ୍ଚଳର ସମସ୍ତ ଭକ୍ତଗଣ ପ୍ରସାଦସେବନରେ ଯୋଗଦାନ କରିଥିଲେ |

ଏଥରେ ଏ ଅଞ୍ଚଳ, ରାଜ୍ୟ ତଥା ଦେଶର ସମସ୍ତ ପ୍ରକାର ଶୁଭକାର୍ଯ୍ୟ ପାଇଁ ମଙ୍ଗଳ ପ୍ରାର୍ଥନା କରାଗଲା | ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ସଭ୍ୟସଭ୍ୟା ତଥା ଅଞ୍ଚଳବାସୀଙ୍କୁ ଉକ୍ତ ମହନୀୟ କାର୍ଯ୍ୟରେ ସହଯୋଗ କରିଥିବାରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା | ଏଥିରେ ରାଇରଙ୍ଗପୁର ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରତିଭାଶାଳୀ ବ୍ୟକ୍ତି ବିଶେଷ ସହଯୋଗ ହାତ ବଢାଇଥିଲେ | ଏହି ଭକ୍ତିମୟ ଆଧ୍ୟାତ୍ମିକ ପରିବେଶରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ |

Leave A Reply

Your email address will not be published.