ଏସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସିର ଖବର

0

୧୬.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ପୁନଃ କାର୍ଯ୍ୟକ୍ଷମ ହେବାକୁ ଯାଉଛି ଏସ୍ ବ୍ୟାଙ୍କ l ମାର୍ଚ୍ଚ ୧୮ ସନ୍ଧ୍ୟା ୬ଟାରୁ ବ୍ୟାଙ୍କିଙ୍ଗ ସେବା ଚାଲୁରଖିବା ପାଇଁ ଟୁଇଟ କରି ସୂଚନା ଦେଇଛନ୍ତି ଏସ୍ ବ୍ୟାଙ୍କ କତୃପକ୍ଷ I କେନ୍ଦ୍ର ସରକାର ଓ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ଘରୋଇ ବ୍ୟାଙ୍କର ପୁର୍ନରୁଦ୍ଧାର ପାଇଁ ସହଯୋଗର ହାତ ବଢ଼ାଇବା ପରେ ଏହା ସମ୍ଭବ ହେବାକୁ ଯାଉଛି l ଦେଶରେ ଥିବା ୟେସ୍ ବ୍ୟାଙ୍କର ୧ହଜାର ୧୩୨ଟି ଶାଖା ମାର୍ଚ୍ଚ ୧୯ତାରିଖରୁ ପୂର୍ଣ୍ଣ ଭାବେ ସେବା ଯୋଗାଇ ଦେବା ନେଇ ବ୍ୟାଙ୍କ ତରଫରୁ କୁହାଯାଇଛି । ଆରବିଆଇ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ କଟକଣା ଜାରିବା ପରେ ଟଙ୍କା ଉଠାଣ ସମ୍ପୂର୍ଣ ରୂପରେ ବାଧାପ୍ରାପ୍ତ ହେଉଥିଲା l ବର୍ତମାନ ଏସ ବ୍ୟାଙ୍କ କର୍ମଚାରୀଙ୍କ ଏଭଳି ସୂଚନI ପରେ ଗ୍ରାହକ ମାନେ ଆଶ୍ବସ୍ତି ଲାଭ କରିଛନ୍ତିl

Leave A Reply

Your email address will not be published.