ଅଙ୍ଗଦାନ ଅଭିଯାନ ସଚେତନତା ପାଇଁ ଯୁବକଙ୍କ ଏକାକୀ ରାଜ୍ୟ ଭ୍ରମଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଙ୍ଗଦାନ ଅଭିଯାନ ସଚେତନତା ପାଇଁ ଯୁବକଙ୍କ ଏକାକୀ ରାଜ୍ୟ ଭ୍ରମଣ । ଅଙ୍ଗ ଦାନ ମହାପୂଣ୍ୟ । ଅଙ୍ଗଦାନକୁ ନେଇ ବର୍ତ୍ତମାନ ସମୟରେ ବହୁ ତତ୍ପରତା ଦେଖ‌ିବାକୁ ମିଳୁଛି । ଅଙ୍ଗ ଦାନ ଦ୍ବାରା ଅନେକ ପରିବାର ପାଇଁ ନୂତନ ଆଶା ସୃଷ୍ଟି କରି ପାରୁଛି। ସେଥିପାଇଁ ବିଗତ କିଛିବର୍ଷ ମଧ୍ୟରେ ପ୍ରାୟ ଅଙ୍ଗଦାନ କରିବାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ପରିମାଣରେ ଅଙ୍ଗ ପ୍ରତିରୋପଣ ସଂଖ୍ୟା ବୃଦ୍ଧି ପାଉଛି ସେ ତୁଳନାରେ ଅଙ୍ଗଦାନ ବହୁତ କମ ହେଉଛି।ଅଙ୍ଗ ଦାନ ଏକ ସାହସିକ ନିଷ୍ପତ୍ତି , ଯାହାକୁ ପାଥେୟ କରି ଅନେକ ସ୍ବେଚ୍ଛାସେବୀ ସଂଗଠନ ଏଦିଗରେ କାମ କରୁଛନ୍ତି । ଜୀବନ ଯିବା ପରେ ମଧ୍ୟ ସ୍ବେଚ୍ଛାକୃତ ଭାବରେ ଆଉ କାହାର ଜୀବନ ବଞ୍ଚାଇବା ପାଇଁ ଅଙ୍ଗଦାନ କରିବାକୁ ନିବେଦନ କରୁଛନ୍ତି ହୁଁଙ୍କାର ଫାଉଣ୍ଡେସନ ଟ୍ରଷ୍ଟ ର ସଦସ୍ୟ ଶଶିକାନ୍ତ ସ୍ବାଇଁ । ମାର୍ଚ୍ଚ ୭ତାରିଖ ରୁ ବାହାରି ୭ଟି ଜିଲ୍ଲା ଭ୍ରମଣ କରି ଅଙ୍ଗଦାନ ସମ୍ପର୍କରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ।

ରାଜ୍ୟରେ କିପର ଅଙ୍ଗଦାନ ଅଭିଜାନକୁ ଅଧିକ କ୍ରିୟାନ୍ବିତ କରିବା ପାଇଁ ଶଶିକାନ୍ତ ବିଭିନ୍ନ ଜିଲ୍ଲାର ସ୍ବେଚ୍ଛାସେବୀ ସଂସ୍ଥା , ସଂଗଠନ ଇତ୍ୟାଦି ଙ୍କୁ ଭେଟି ପ୍ରେରଣା ଯୋଗାଉଛନ୍ତି । ଆଜି ବାରିପଦା ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟ ଏନଏସଏସ୍ ଓ୍ବିଙ୍ଗ ବିଦ୍ୟାର୍ଥୀ ଙ୍କୁ ଭେଟି ସଚେତନ କରାଇଛନ୍ତି ଶଶିକାନ୍ତ । ଆଗକୁ ଏହି ବାର୍ତ୍ତା ନେଇ ରାଜ୍ୟର ସମସ୍ତ ଜିଲ୍ଲା ଭ୍ରମଣ କରିଏ ବୋଲି କହିଛନ୍ତି ।

Leave A Reply

Your email address will not be published.