ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଉଦୟ କୁମାର ମହାପାତ୍ର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଉଦୟ କୁମାର ମହାପାତ୍ର | ମୟୂରଭଞ୍ଜ ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ବୁଧବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଉଦୟ କୁମାର ମହାପାତ୍ର।

ପୂର୍ବରୁ ଶ୍ରୀ ମହାପାତ୍ର ଅନୁଗୁଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଭାବେ କାର୍ଯ୍ୟରତ ଥିଲେ। ଆଜି ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟାଳୟରେ ଯୋଗଦାନ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଉପସ୍ଥିତ ଥିବା ବେଳେ, ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଧେ (ଭା.ପ୍ର.ସେ.) ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଗଣ ଶ୍ରୀ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ଵକ ସ୍ୱାଗତ ଜଣାଇଥିଲେ।

ଜଣେ ଦକ୍ଷ ପ୍ରଶାସକ ଭାବରେ ଓଡିଶାରେ ଖ୍ୟାତି ଲାଭ କରିଥିବା ଶ୍ରୀ ମହାପାତ୍ର ମୟୂରଭଞ୍ଜରେ ମଧ୍ୟ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିବେ ବୋଲି ଜିଲ୍ଲାପାଳ ଶ୍ରୀ ଶିନ୍ଧେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ୱାଗତ ଜଣାଇ କହିଥିଲେ।

Leave A Reply

Your email address will not be published.