ବିଜୁ ସେତୁ ଓ ଆପ୍ରୋଜ ରୋର୍ଡ ଶିଳାନ୍ୟାସ ଓ ନବୀନ କାର୍ଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯାତାୟାତ ହେବ ସୁଗମ, ଦୀର୍ଘତମ ରାସ୍ତା ଅତିକ୍ରମ ପ୍ରତିବଦଳରେ ଦୂରତା କମାଇବ ବିଜୁ ସେତୁ | ପାଟକୁରା ଦ୍ବିପାଞ୍ଚଳ ବାସିଙ୍କୁ ରାଜ୍ୟ ସରକାର ଙ୍କ ବଡ଼ ଭେଟି | ପାଟକୁରା ବାସିଙ୍କ ଦୀର୍ଘ ଦିନ ର ଦାବି ପୁର୍ଣ ହୋଇଛି |

ପାଖାପାଖି ଶହେ କୋଟି ଟଙ୍କା ବ୍ୟୟ ରେ ଏକାଧିକ ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ପାଟକୁରା ରୁ ମାର୍ଶାଘାଇ କୁ ସଂଯୋଗୀ କୃତ ଗୋଧନ ବାରଟୁଙ୍ଗା ସେତୁ ଲୁଣା ନଦୀ ଉପରେ ନିର୍ମାଣ ପାଇଁ ଶିଳାନ୍ୟାସ ହେବା ସହ ଡେରାବିଶ ବ୍ଲକ ଦାନ ପୁର- ପାଣିଓଳା ଲୁଣା କରାଣ୍ଡିଆ ସେତୁର ଆପ୍ରୋଜ ରୋର୍ଡ ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ ହୋଇଛି | ଦ୍ବିପାଞ୍ଚଳ ବାସି ଙ୍କ ଯାତାୟାତ ସୁବିଧା ପାଇଁ ରାଜ୍ୟ ସରକାର ଖୁବ ଶୀଘ୍ର ପୋଲ ଓ ଆପ୍ରୋଜ ବ୍ରିଜ ନିର୍ମାଣ କାର୍ଯ୍ୟକ୍ରମ ଶେଷ କରିବେ ବୋଲି ବିଧାୟିକl ପ୍ରତିନିଧି ପ୍ରତିଶୃତି ଦେଇଛନ୍ତି |

ଏଥି ସହ ବଚରେଇ ପଞ୍ଚାୟତ କାର୍ଯ୍ୟାଳୟରେ ପାଟକୁରା ବିଧାୟିକା ପ୍ରତିନିଧି ସଂଜୟ ଅଗ୍ରୱାଲ ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାର୍ଶାଘାଇ ସାତ ପଞ୍ଚାୟତରେ ବିଏସକେୱାଇ ନବୀନ କାର୍ଡ ବଣ୍ଟନ କରିଛନ୍ତି ଓ ବିଭିନ୍ନ ଗ୍ରାମ ର ଖେଳାଳି ମାନଙ୍କୁ ରାଜ୍ୟ ସରକାର ଙ୍କ ଦ୍ୱାରା ଅନୁମୋଦିତ ଖେଳ ସାମଗ୍ରୀ ବାଣ୍ଟି ଥିଲେ | ଏହି କାର୍ଯ୍ୟକ୍ରମ ରେ ପାଟକୁରା ର ଶତାଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ |

Leave A Reply

Your email address will not be published.