ହୋଲିରେ ମହାନଦୀରେ ଗାଧୋଇବା ହେଲା କାଳ, ଯୁବକ ନିଖୋଜ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ଥାନା ଅନ୍ତର୍ଗତ କୟଳପଡ଼ା ପଂଚାୟତ ନୂଆ ପାଟଣା ଗ୍ରାମରେ ଘଟିଛି ଅଘଟଣ ଘଟିଛି।ସ୍ଥାନୀୟ ମହାନଦୀରେ ଗାଧୋଇ ବାକୁ ଯାଇ ଯୁବକ ନିଖୋଜ।ନିଖୋଜ ବ୍ୟକ୍ତି ଜଣକ ହେଲେ ସଞ୍ଜୟ ପରିଡ଼ା (୪୦)।ଆଜି ହୋଲି ଥିବାରୁ ହୋଲି ଖେଳି ମହାନଦିକୁ ଗାଧୋଇ ବାକୁ ଯାଇଥିବା ବେଳେ ଦୁର୍ଘଟଣା ବଶତଃ ତାଙ୍କର ଗୋଡ଼ ଖସି ଯାଇଥିଲା ।

ସେ ଦୂରକୁ ଚାଲିଯାଇଥିଲେ ତାଙ୍କ ସାଙ୍ଗରେ ଯାଇଥିବା ଅନ୍ୟ ବ୍ୟକ୍ତିମାନେ ଖୋଜା ଖୋଜି କରି ନ ପାଇଲା ପରେ ଟି ପି ଏମ୍ ଫାଣ୍ଡି ଅଧିକାରୀଙ୍କୁ ଜଣାଇଥିଲେ । ପରେ ପାଣ୍ଡି ଅଧିକାରୀ ଓ ଚୌଦ୍ୱାରରୁ ଓଡ଼ରାଫ ଟିମ୍ ,କଟକରୁ ସ୍କୁବା ଡ଼୍ରାଇଭର ଆସି ବହୁ ସମୟ ଧରି ପାଖା ପାଖି ସଂଧ୍ୟା ପର୍ଯ୍ୟନ୍ତ ଖୋଜା ଖୋଜି କଲା ପରେ ସଂଧ୍ୟା ହେବାରୁ କିଛି ସନ୍ଧାନ ନ ପାଇବାରୁ ଫେରି ଗଲେ ଆସନ୍ତା କାଲି ଖୋଜା ଖୋଜା କରି କରିବେ ବୋଲି କହିଥିଲେ ।

Leave A Reply

Your email address will not be published.