ଆଜି ବିଶ୍ୱ ମହିଳା ସଶକ୍ତିକରଣ ଦିବସ,ମହିଳାଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେଉଥିବା ରାଜ୍ୟ ହେଉଛି ଓଡିଶା: ସୁଜାତା ଆର୍ କାର୍ତ୍ତିକେୟନ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ):  ଆଜି ବିଶ୍ୱ ମହିଳା ସଶକ୍ତିକରଣ ଦିବସ। ରାଜ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମହିଳା ସଶକ୍ତିକରଣ ଆରମ୍ଭ କରିଥିଲେ। 1991-92ରେ ପ୍ରଥମ ରାଜ୍ୟ ଭାବେ ବିଜୁବାବୁ ପଞ୍ଚାୟତିରାଜ ବ୍ୟବସ୍ଥାରେ 33 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ 50 ପ୍ରତିଶତ ସଂରକ୍ଷଣ କରିବା ସହ ମିଶନଶକ୍ତି ମାଧ୍ୟମରେ ମହିଳାଙ୍କୁ ଆର୍ଥିକ,ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସଶକ୍ତ କରିପାରିଛନ୍ତି।

ମିଶନଶକ୍ତି ମାଧ୍ୟମରେ ରାଜ୍ୟରେ ମହିଳାଙ୍କୁ ରାଜ୍ୟ ସରକାର ଆର୍ଥିକ,ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସଶକ୍ତ କରିପାରିଛନ୍ତି। ମିଶନ ଶକ୍ତି ମହିଳାମାନଙ୍କୁ ଲିଡରସିପ ରୋଲ ପ୍ଲେ କରିବାକୁ ମିଶନ ଶକ୍ତି ପ୍ଲାଟଫର୍ମ ଦେଇଛି। ଗତ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ଭାଗିଦାରୀ ଏହାର ଏକ ବଡ଼ ଜ୍ଵଳନ୍ତ ଉଦାହରଣ। ପଞ୍ଚାୟତ ନିର୍ବାଚନରେ 50% ସଂରକ୍ଷଣ ରହିଥିବା ବେଳେ 60-70% ମହିଳା ନିଜସ୍ଵ ବଳରେ ଜିତିକି ଆସିଛନ୍ତି। ଜିଲ୍ଲା ପରିଷଦ ନିର୍ବାଚନରେ 21 ମହିଳା ଅଧ୍ୟକ୍ଷା ଅଛନ୍ତି । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ମିଶନଶକ୍ତି ମାଧ୍ୟମରେ ଅନେକ ଯୋଜନା କରିଛନ୍ତି। 5 ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର। ଆଗାମୀ 5 ବର୍ଷ ଭିତରେ 10 ହଜାର କୋଟି ଟଙ୍କାର କାମ ଯୋଗାଇ ଦେବେ ମିଶନଶକ୍ତି ଗ୍ରୁପକୁ।

ରାଜ୍ୟରେ ଏବେ ମିଶନଶକ୍ତିରେ 70 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସାମିଲ ଅଛନ୍ତି। 6 ଲକ୍ଷରୁ ଅଧିକ ମିଶନ ଶକ୍ତି ଗ୍ରୁପ ରହିଛି। ସେମାନଙ୍କୁ କେବଳ ବଡି,ଆଚାର,ପାମ୍ପଡ଼ ତିଆରି ଭିତରେ ସୀମିତ ନ ରଖି ସେମାନଙ୍କୁ ଛୋଟ ଛୋଟ ଉଦ୍ୟଗିରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେମାନଙ୍କୁ ବିଭିନ୍ନ ପ୍ରକାର ଟ୍ରେନିଂ ଦେବାର ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏବେ ସୁଦ୍ଧା 15ଟି ବିଭାଗର କାମ ମିଶନଶକ୍ତି ଗ୍ରୁପକୁ କାମ ଦିଆଯାଉଛି। ପ୍ରତ୍ୟେକ ଜିଲ୍ଲାରେ ମିଶନଶକ୍ତି ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କ ମଧ୍ୟ ନିର୍ମାଣ କରାଯାଉଛି।

ରାଜ୍ୟରେ ମହିଳା ସଶକ୍ତିକରଣ ପଛରେ କେନ୍ଦ୍ରାପଡା ଲିଙ୍କ। ପ୍ରଥମେ ବିଜୁବାବୁ ପଞ୍ଚାୟତିରାଜ ବ୍ୟବସ୍ଥାରେ 33 ପ୍ରତିଶତ ସଂରକ୍ଷନ ଦେଇ ମହିଳା ସଶକ୍ତିକରଣ ଆରମ୍ଭ କରିଥିଲେ। ବିଜୁବାବୁଙ୍କ କର୍ମଭୂମି କେନ୍ଦ୍ରାପଡାରୁ ଆସିଥିବା ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନ ଏବେ ମିଶନଶକ୍ତି ବିଭାଗକୁ ମହିଳା ସଶକ୍ତିକରଣର ନୂଆ ମଡେଲ କରିପାରିଛନ୍ତି।

Leave A Reply

Your email address will not be published.