୦୯.୦୩. ୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ଗତକାଲି ରାଜଗାଙ୍ଗପୁର ଷ୍ଟେସନରେ କାର୍ଯ୍ୟରେ ଅବହେଳା ଦୃଶ୍ୟ ଦେଖିବାକୁ ମିଳିଛି I ପାଟନା-ବିଳାସପୁର ସାପ୍ତାହିକ ସୁପରଫାଷ୍ଟ ଟ୍ରେନ୍ ରାଜଗାଙ୍ଗପୁର ଷ୍ଟେସନରେ ନଅଟକି ଅତିକ୍ରମ କରି ପଳାଇଥିଲା Iସେହିସମୟରେ ଯାତ୍ରୀମାନେ ଅପେକ୍ଷ। କରି ନିରାଶ ହୋଇଥିଲେ l ସେଥିପାଇଁ ଷ୍ଟେସନ ମାଷ୍ଟର ଙ୍କ ବିରୋଧରେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାର ତଦନ୍ତ ହେବାପରେ କାର୍ଯ୍ୟରେ ଅବହେଳା ଯୋଗୁଁ ଚକ୍ରଧରପୁର DRM ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରିଛନ୍ତି।