ରାମନବମୀ ଓ ଇଦ୍ ପାଇଁ ପୋଲିସର ଫ୍ଲାଗ ମାର୍ଚ୍ଚ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ରାମନବମୀ ଓ ଇଦ୍ ପାଇଁ ପୋଲିସର ଫ୍ଲାଗ ମାର୍ଚ୍ଚ। ପବିତ୍ର ରାମନବମୀ ଓ ଇଦ୍-ଉଲ-ଫିତରକୁ ଆଖି ଆଗରେ ରଖି ସୋର ପୁଲିସ ପକ୍ଷରୁ ପ୍ଲାଗ ମାର୍ଚ୍ଚ କରାଯାଇଛି। ବାଲେଶ୍ୱର ଏସ୍ପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଫ୍ଲାଗମାର୍ଚ୍ଚରେ ଏସଆଇ ସୁଦର୍ଶନ ପ୍ରଧାନ, କୃତୀଜିତ ମହାନ୍ତି,ଇପ୍ସିତା ନାୟକ ଏଏସଆଇ ଜୟପ୍ରକାଶ ବେହେରା, କୈଳାସ ଚନ୍ଦ୍ର ପାତ୍ର, କେଶବ ବେଶ୍ରା, ନନ୍ଦକିଶୋର ବିଶ୍ୱାଳ, ସମୀର ବେହେରାଙ୍କ ସମେତ

ଥାନାର ସମସ୍ତ ପୁଲିସ ଅଧିକାରୀ,୨ ପ୍ଲାଟୁନ ବିଏସଏଫ ଯବାନ ଏବଂ ଏକ ସେକ୍ସନ କନେଷ୍ଟବଳ ସାମିଲ ହୋଇଥିଲେ। ଏହି ଫ୍ଲାଗମାର୍ଚ୍ଚ ପୌରପାଳିକା ଅନ୍ତର୍ଗତ ଆଶ୍ରମଛକରୁ ବାହାରି ବାମ୍ଫି ଛକ ପର୍ଯ୍ୟନ୍ତ ଯାଇଥିଲା।

ଏହି ସମୟରେ ବିଭିନ୍ନ ସମ୍ବେଦନ ଶୀଳ ସ୍ଥାନ ଚିହ୍ନଟ କରାଯାଇଥିଲା। ଆଗାମୀ ରାମାନବମୀକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଲୋକମାନଙ୍କର ସହଯୋଗ ଲୋଡ଼ାଯାଇଥିଲା। ଯେକୌଣସି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ସଜାଗ ଥିବା ଥାନାଧିକାରୀ ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.