ସଡକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦମ୍ପତ୍ତି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ସଡକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦମ୍ପତ୍ତି। ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ନିକଟରେ ଭାରସାମ୍ୟ ହରାଇ ଏକ “ଥର” ଗାଡି ଦୁର୍ଘଟଣାଗ୍ରସ୍ଥ ହୋଇଥିବା ଜଣାଯାଇଛି।ଗାଡିରେ ଥିବା ଦମ୍ପତ୍ତି ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା।

ସୂଚନା ଅନୁସାରେ କେଏ ୫୦ ପି ୪୬୨୪ ନମ୍ବର ବିଶିଷ୍ଟ “ଥର” ଗାଡିରେ ଏକ ଦମ୍ପତ୍ତି ବାଙ୍ଗାଲୋରରୁ କଲିକତା ଅଭିମୁଖେ ଯାଉଥିଲେ।୧୬ ନଂ ଜାତୀୟ ରାଜପଥ ସୋର ଉତ୍ତରେଶ୍ୱର ନିକଟରେ ଭାରସାମ୍ୟ ହରାଇ ଗାଡିଟି ସୁରକ୍ଷା ଖୁଣ୍ଟରେ ପିଟି ହୋଇଯାଇଥିଲା।ଫଳରେ ଗାଡିର ଆଗଚକା ଭାଙ୍ଗି ବାହାରିଯିବାରୁ ଗାଡିଟି ଓଲଟି ପଡିଥିଲା।

ଏଥିରେ ଥିବା ଦମ୍ପତ୍ତି ସାମାନ୍ୟ ଆହତ ହୋଇ ଏକ ନିଶ୍ଚିତ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇ ଥିବା ଜଣାଯାଇଛି। ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରି ଥନାରେ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଆହତ ଦମ୍ପତ୍ତିଙ୍କୁ ମେଡିକାଲ ପଠାଇଥିବା ଜଣାଯାଇଛି।

Leave A Reply

Your email address will not be published.