ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ନିସ୍ତୁକ ମାଡ଼

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ):  ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ନିସ୍ତୁକ ମାଡ଼ | ଆଜି ବି ବଞ୍ଚି ରହିଛି ଅନ୍ଧ ବିଶ୍ୱାସ, ଯେଉଁଠି ମଣିଷ ଆଜି ଚନ୍ଦ୍ର ରେ ପାଦ ଦେଲାଣି ସେଇଠି ଆଜି ମଧ୍ୟ ଲୋକେ ଅନ୍ଧ ବିଶ୍ୱାସର ଶିକାର ହୋଇ ଘଟାଉଛନ୍ତି ଅନେକ ଅମାନୁଷିକ ଘଟଣା | ଜୈନେକ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ବ୍ୟକ୍ତିବିଶେଷ ମାନେ |

ଏ ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳରୁ | ସୂଚନା ଅନୁଯାୟୀ ବିଗତ ଦୁଇ ମାସ ଭିତରେ ରାସଗୋବିନ୍ଦପୁର ହାଟ ସାହି ଅଞ୍ଚଳରୁ ଦୁଇ ଜଣ ଯୁବକଙ୍କର ଅସମୟରେ ଅଳକା ମୃତ୍ୟୁ ଘଟିଛି , ତେବେ ଏ ନେଇ ସ୍ଥାନୀୟ ଲୋକମାନେ ଡାହାଣୀ ମାରିଦେଇଥିବା ଭାବି ଭୟରେ ସନ୍ଧ୍ୟା ପରେ କବାଟ କିଳି ଘର ଭିତରେ ରହୁଥିଲେ |

ପରେ ପରେ ଉକ୍ତ ବୃଦ୍ଧା ଜଣକ ଶୌଚ ହେବାକୁ ଯାଇଥିବା ସମୟରେ ତରଳ ଝାଡ଼ା ହୋଉଥିବା କାରଣରୁ ଶାଢ଼ୀ ଖୋଲି ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଶୌଚ ପାଇଁ ଯାଇଥିବା ବେଳେ ପୋଲିସ ସୂଚନା ଅନୁସାରେ ସ୍ଥାନୀୟ କିଛି ମହିଳା ମାନେ ଏହା ଦେଖି ଡାହାଣୀ ସନ୍ଦେହ କରି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ| ଅନ୍ୟପକ୍ଷରେ ବୃଦ୍ଧାଙ୍କ ଝିଅ ବୃଦ୍ଧା ଜଣକୁ ସ୍ଥାନୀୟ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଏବଂ ପୋଲିସ କେଶ ନମ୍ବର 101/24 ରେ ଏକ ମାମଲା ଦାୟର କରି ଅଧିକ ତଦନ୍ତ ଚଳାଇଛି |

Leave A Reply

Your email address will not be published.