୪ରୁ ସାଂସଦ ଶୀତ ଅଧିବେଶନ ଆରମ୍ଭ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ୪ରୁ ସାଂସଦ ଶୀତ ଅଧିବେଶନ ଆରମ୍ଭ । ଗୃହ କାର୍ଯ୍ୟ ସୁରୁଖୁରୁରେ ସାରିବାକୁ ଆଜି ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର । ସଂସଦର ରାଜନୈତିକ ଦଳର ନେତାମାନେ ସୋମବାରଠାରୁ ଏଠାରେ ବୈଠକ କରି ସୋମବାର ଠାରୁ ସଂସଦର ଶୀତକାଳୀନ ଅଧିବେଶନର ଏଜେଣ୍ଡା ଉପରେ ଆଲୋଚନା କରିବେ।

ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ଗୃହକାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବାକୁ ଆଜି(ଶନିବାର) କେନ୍ଦ୍ର ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ । ସଂସଦର ଲାଇବ୍ରେରୀ ବିଲ୍ଡିଂରେ ବୈଠକ ଜାରି ରହିଛି । ଏଥିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କଂଗ୍ରେସ ସାଂସଦ ଜୟରାମ ରମେଶଙ୍କ ସମେତ ବିଭିନ୍ନ ଦଳର ନେତାମାନେ ସାମିଲ ହୋଇଛନ୍ତି ।ସଂସଦର ଶୀତକାଳୀନ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିପାରେ । ବିଶେଷ କରି ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଏଥିକ୍ସ କମିଟି ଲୋକସଭାରେ ନିଜର ରିପୋର୍ଟ ଉପସ୍ଥାପନ କରିବ ।

ଯାହା ଉପରେ ସଭିଁଙ୍କ ନଜର ରହିଛି । କମିଟି ୫୦୦ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ପ୍ରସ୍ତୁତ କରିଛି । ଏଥିରେ ମୋଇତ୍ରାଙ୍କ ସଂସଦ ସଦସ୍ୟତା ରବ୍ଦ କରିବାକୁ ସୁପାରିଶ୍ କରାଯାଇଥିବା କୁହାଯାଉଛି । ଏହାକୁ ନେଇ ଗୃହ ସରଗରମ ଦେଖିବାକୁ ମିଳିପାରେ ।ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ଯେ, ଆସନ୍ତା ୪ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହା ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ । ଏହି ଅଧିବେଶନରେ ମୋଟ ୧୫ଟି ସିଟିଂ ଓ ୧୯ଟି କାର୍ଯ୍ୟଦିବସ ଅଛି ।

Leave A Reply

Your email address will not be published.