ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ୪ ଦଫା ଦାବି ନେଇ କେନ୍ଦୁଝର SP ଅଫିସ ଘେରାଉ

ଖଳାନନ୍ଦ ଶର୍ମା

0

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ୪ ଦଫା ଦାବି ନେଇ କେନ୍ଦୁଝର SP ଅଫିସ ଘେରାଉ କରାଯାଇଛି। ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା, ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଉପରେ ବୋମା ମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତର ଗିରଫଦାରୀ, ଗରିବ ଆଦିବାସୀ ଲୋକଙ୍କ ହକ୍ ପାଇଁ ସ୍ବର ଉଠାଇ ମିଛକେସରେ ଗିରଫ ହୋଇଥିବା ଆଦିବାସୀ ଯୁବକ ମୁନା ପୂର୍ତ୍ତିଙ୍କୁ ନିଃସର୍ତ୍ତ ଖଲାସ୍ ଏବଂ ଜିଲ୍ଲାରେ ଲଗାତାର ଚାରି ଚାରୋଟି ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପ୍ରଶାସନର ଅପାରଗତା ଏବଂ ଅପରାଧ ନିୟନ୍ତ୍ରଣରେ ଫେଲ୍ ମାରିଥିବା ହେତୁ କେନ୍ଦୁଝର SP ଏବଂ ଜିଲ୍ଲାପାଳଙ୍କ ବଦଳି ଆଦି ଦାବି ନେଇ ବିଜେପି ପକ୍ଷରୁ SP ଅଫିସ୍ ଘେରାଉ କରାଯାଇଛି।

ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଆନ୍ଦୋଳନ ତୀବ୍ର ହେଇଥିବାରୁ ଏହାକୁ ଦୃଷ୍ଟି ଆଗରେ ରଖି ଜିଲ୍ଲା ପୋଲିସ୍ ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୧୫ ପ୍ଲାଟୁନ୍ ପୋଲିସ୍ ଓ ୩ ପ୍ଲାଟୁନ୍ ହୋମଗାର୍ଡ ନିୟୋଜିତ କରାଯାଇଥିଲା ଏହା ସହିତ ପ୍ରାୟ ଶହେ ଜଣ ଅଧିକାରୀ ମଧ୍ୟ ନିୟୋଜିତ ହୋଇଥିଲେ। ବହୁ ସଂଖ୍ୟାରେ ବିଜେପି କର୍ମୀଙ୍କ ଉପସ୍ଥିତି ଏବଂ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ପୁଲିସ ପ୍ରଶାସନ ପକ୍ଷରୁ SP କାର୍ଯ୍ୟାଳୟର ଗେଟ୍ ଏବଂ ପାଚେରୀକୁ କଣ୍ଟାତାର ଦ୍ଵାରା ଆବଦ୍ଧ କରା ଯାଇଥିବା ସହ ବ୍ୟାରିକେଟର ମଧ୍ୟ ବ୍ୟବସ୍ଥା କରା ଯାଇଥିଲା। କିନ୍ତୁ ଶହ ଶହ ସଂଖ୍ୟାରେ ବିଜେପି କର୍ମୀ ବାରିକେଟ୍ ଭାଙ୍ଗି SPଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଘଉଡାଇବାକୁ ଯାଇ ପୋଲିସ୍ ବଳ ପ୍ରୟୋଗ କରିଥିବା ସୂଚନା ମିଳିଛି।

ପୋଲିସ୍ ଲାଠି ମାଡ଼ରେ ଜଣେ ନିରୀହ ଲୋକର ମୁଣ୍ଡ ଫାଟି ଥିବାବେଳେ ୪ଜଣ ବିଜେପି କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ଆଉ ମଧ୍ୟ ମହିଳା ପୋଲିସ୍ ନ ଥାଇ ମହିଳା କର୍ମୀମାନଙ୍କ ଉପରେ ପୋଲିସ୍ ବଳ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଆଜିର ଏହି ଆନ୍ଦୋଳନରେ ବିଜେପି ଜିଲା ସଭାପତି ଏବଂ ମହିଳା ଜିଲା ସଭାପତିଙ୍କ ସମେତ ୧୨ରୁ ଉର୍ଦ୍ଧ୍ବ ବିଜେପି ନେତାଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି।  ଏହା ସହିତ ରାଜ୍ୟ ସରକାରଙ୍କୁ ଦୁଷ୍କର୍ମକାରି ଓ ଦୁଷ୍କର୍ମକାରିଙ୍କୁ ସୁରକ୍ଷା ଦେଉଥିବା ସରକାର କହି କଡ଼ା ଭାଷାରେ ସମାଲୋଚନା କରି ଖୁବ୍ ବର୍ଷିଥିଲେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ମୁରଲୀ ମନୋହର ଶର୍ମା ।

Leave A Reply

Your email address will not be published.