୧୦୦ କୋଟିର ଗଞ୍ଜେଇ ତେଲ ଜବତ

0

ଓଡ଼ିଆ ନ୍ୟୁଜ୍: ମାଲକାନଗିରି ପୋଲିସକୁ ବଡ଼ ସଫଳତା । ୧୦୦ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ । ଚିତ୍ରକୋଣ୍ଡା ଥାନା ଏସ୍ ଆର୍ ଛକରୁ ୨ ଲିଟର ଗଞ୍ଜେଇ ତେଲ ଜବତ କରିଛି ମାଲକାନଗିରି ପୋଲିସ । ଜବତ ଗଞ୍ଜେଇ ତେଲର ଆନୁମାନିକ ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା ହେବ। ଚିତ୍ରକୋଣ୍ଡା ଅଞ୍ଚଳର ଏକ ଗଞ୍ଜେଇ ତେଲ ଉତ୍ପାଦନ ୟୁନିଟ୍ କାର୍ଯ୍ୟକ୍ଷମ ହେଉଥିବା ସୂଚନା ପାଇଥିଲା ଚିତ୍ରକୋଣ୍ଡା ଥାନା ପୋଲିସ। ଏହାକୁ ଧରିବା ପାଇଁ ପୋଲିସ ଅପରେସନ ଆରମ୍ଭ କରିଥିଲା । ଆଜି ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଏସଆର ଛକ ନିକଟରେ ଚଢ଼ାଉ କରି ଗୁପ୍ତ ଗଞ୍ଜେଇ ତେଲ ମୋବାଇଲ୍ ଉତ୍ପାଦନ ୟୁନିଟ୍ ବୋଝେଇ ଗାଡ଼ିକୁ କାବୁ କରିଥିଲା ।

ସିଲେରୁ ଅଞ୍ଚଳ ଅଭିମୁଖେ ଯାଉଥିବା ବେଳେ ମାଡିବସିଥିଲା ପୋଲିସ । ତେଲ ଉତ୍ପାଦନ ପାଇଁ ବ୍ୟବହୃତ ପ୍ରାୟ ୮୦୦ ଲିଟର ରାସାୟନିକ ପଦାର୍ଥ ଜବତ କରାଯାଇଛି ।ଗଞ୍ଜେଇ ତେଲ ଉତ୍ପାଦନ ୟୁନିଟ୍ ଭାଙ୍ଗି ଦିଆଯାଇଛି। ଗାଡ଼ିରୁ ସ୍ୱତନ୍ତ୍ର ପ୍ରସ୍ତୁତ ଉପକରଣ ସମେତ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପ୍ରକ୍ରିୟାକରଣ ୟୁନିଟ୍ ଜବତ କରାଯାଇଛି । ତେବେ ଗାଡି ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.