ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜୟନ୍ତୀ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ମାର୍ଚ୍ଚ ୫ , ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ | ସେ ମହାନ ଜନନାୟକ ତଥା ପ୍ରବାଦ ପୁରୁଷ | ତାଙ୍କର ଏକମାତ୍ର ନାରା ଥିଲା ଗାଁକୁ କାମ ଓ ମାଙ୍କୁ ସମ୍ମାନ | ଏହି ଉପଲକ୍ଷେ ଓଡିଶାର ପ୍ରତି ସହର ଗାଁ ବିଜୁବାବୁଙ୍କ ଜୟନ୍ତୀ ପାଳନରେ ଉତ୍ସବମୁଖର | ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ତରଫରୁ ଦଳୀୟ କର୍ମକର୍ତ୍ତାଙ୍କ ଦ୍ବାରା ସ୍ଥାନୀୟ ଦୁର୍ଗାମଣ୍ଡପ ଛକ ସ୍ତିତ ମହାନ ନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ମାଲ୍ୟାର୍ପଣ କରାଯାଇଥିଲା |

ଏହାପରେ ସ୍ଥାନୀୟ ପିସିଏମ୍ କଲ୍ୟାଣ ମଣ୍ଡପ ଠାରେ ଏକ ସଭା ଆୟୋଜିତ ହୋଇଥିଲା | ଏଥିରେ ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ, ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ମହିଳାମୋର୍ଚ୍ଚା ଜିଲ୍ଲା ସଭାପତି ତନୁଜା ମହାନ୍ତ,ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡକ୍ଟର ଦେବାଶିଷ ମାର୍ଣ୍ଡି, ବିଜୁ ଶକ୍ତି ବିଭାଗ ଉପଦେଷ୍ଟା ଦୀପ୍ତିମାନ ବଳ, ବିଜୁ ସେତୁ ଉପଦେଷ୍ଟା ରତିକାନ୍ତ ପରୀକ୍ଷା, ପୂର୍ବତନ ଡିଏସପି ରାଇସେନ ମୁର୍ମୁ, ବରିଷ୍ଠ ନେତା ଇଶାନ ମିଶ୍ର, ସୁବାଷ ମଣ୍ଡଳ, ରାଇରଙ୍ଗପୁର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ମମିତା ଚୌଧୂରୀ, ମହିଳାମୋର୍ଚ୍ଚା ଜିଲ୍ଲା ସାଧାରଣ ସଂପାଦକ ପୂର୍ଣ୍ଣିମା ମହାନ୍ତ, ୪୬ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଲିପିକା ମଣ୍ଡଳ, ୨୫ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଭଗବତୀ ମିଶ୍ର, ଜିଲ୍ଲା ସାଧାରଣ ସଂପାଦକ ପାର୍ଥସାରଥୀ କବି, ବିଜୁ ଛାତ୍ର ସଂଗଠନ ସାଧାରଣ ସଂପାଦକ ସତ୍ୟଜିତ ଦାସ, ବିଜୁ ଛାତ୍ର ସଂଗଠନ ଟାଉନ ସଭାପତି ସୌମ୍ୟ ରଂଜନ ଦାସ, ଜୋନାଲ ସଂପାଦକ ବିଜୁ ଛାତ୍ର ଜନତା ଦଳ ସମିକ ଦାସ କାନୁନଗୋ, ବହଳଦା ବ୍ଲକ ଜିଲ୍ଲା ପରିଷଦ ସଭାପତି ହେମନ୍ତ କୁମାର ବେହେରା, ୨୫ ନଂ ଜୋନ କୋଡିନେଟର ଆନନ୍ଦ ସିଂ, ବିଜୁ ଜନତା ଦଳର ସକ୍ରିୟ ସଦସ୍ୟ ବାବୁଲୁ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ |

ଏଥିରେ ବାମନଘାଟୀ ଉପଖଣ୍ଡର ୭ ବ୍ଲକର ସଭାପତି ଓ ଉପସଭାପତି ଏବଂ ସମସ୍ତ ଜିଲ୍ଲା ପରିଷଦର ସଭ୍ୟସଭ୍ୟା ସହିତ ବିଜୁ ଜନତା ଦଳର ସକ୍ରିୟ ସଦସ୍ୟସଦସ୍ୟାଗଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ | ଉକ୍ତ ସଭାରେ ବିଜୁ ଜନତା ଦଳର ନୀତିଆଦର୍ଶକୁ ପାଥେୟ କରି ଦଳକୁ ଅଧିକ ମଜବୁତ କରିବା ପାଇଁ ଦଳୀୟ କର୍ମକର୍ତ୍ତାଙ୍କ ଦ୍ବାରା ସଂକଳ୍ପପାଠ କରାଯାଇଥିଲା | ବରିଷ୍ଠ ନେତା ଇସାନ ମିଶ୍ର ନୂତନ କରି ଦଳରେ ଯୋଗ ଦାନ କରିଥିବାରୁ ତାଙ୍କୁ ଦଳୀୟ କର୍ମକର୍ତ୍ତାଗଣ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ | ଉକ୍ତ ଭବ୍ୟ ସଭାକୁ ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ ପରିଚାଳନା କରିଥିବା ବେଳେ ମହିଳାମୋର୍ଚ୍ଚା ଜିଲ୍ଲା ସଭାପତି ତନୁଜା ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply

Your email address will not be published.