ଗାଜାରେ କୋକୁଆ ଭୟ

0

ଓଡ଼ିଆ ନ୍ୟୁଜ, ନୂଆଦିଲ୍ଲୀ : ଇସ୍ରାଏଲ-ହମାସ୍ ଯୁଦ୍ଧକୁ ବିତିଗଲାଣି ୧୧ଦିନ । ଏହି ଭୟଙ୍କର ଯୁଦ୍ଧରେ କେତେ ଯେ ଜୀବନ ଗଲାଣି ତାହାର ଠିକଣା ନାହିଁ । ଏବେ ପର୍ଯ୍ୟନ୍ତ ମୋଟ୍ ମୃତୁ୍ୟ ସଂଖ୍ୟା ୪ହଜାର ପାର ହୋଇଗଲାଣି । ସ୍ଥିତି ଧୀରେ ଧୀରେ ବେଶୀ ଜଟିଳ ହେବାରେ ଲାଗି । ଉତର ଗାଜାରେ ବଡ ଧରଣର ଆକ୍ରମଣ ପାଇଁ ଇସ୍ରାଏଲର ସ୍ଥଳସେନା ପ୍ରସ୍ତୁତ ହୋଇଛି । ଯୁଦ୍ଧ ବ୍ୟାପକ ହେଉଥବା ବେଳେ ଗାଜାରେ ମାନବ ସଙ୍କଟ ବଢିବାରେ ଲାଗିଛି । ଇସ୍ରାଏଲର ତାଗିଦ୍ ପରେ ଉତ୍ତର ଗାଜାରୁ ୧୦ ଲକ୍ଷ ଲୋକ ଘର ଛାଡିଛନ୍ତି । ଏମାନେ ଦକ୍ଷିଣ ଗାଜାରେ ଥିବା ଖାନ୍ ୟୁନିସ୍ ସହର ମୁହାଁ ହୋଇଛନ୍ତି । ହେଲେ ଖାଦ୍ୟ ଓ ପାଣି ବିନା ସେମାନଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି ।

ଜାଫା କ୍ରସିଙ୍ଗ ସୀମାରେ ହଜାର ହଜାର ଲୋକ ଅଟକ ରହିଛନ୍ତି । ଗାଜାକୁ ଲାଗିଥିବା ଏହି ଏକମାତ୍ର ସୀମା ରାସ୍ତା ବନ୍ଦ ଥିବାରୁ ଖାଦ୍ୟ ଓ ଅନ୍ୟ ରିଲିଫ୍ ସାମଗ୍ରୀ ପହଞ୍ଚି ପାରୁନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ ୨୪ ଘଣ୍ଟା ମଧ୍ୟରେ ପାଣି, ବିଜୁଳି ଓ ଇନ୍ଧନ ଶେଷ ହୋଇଯିବ । ଯାହା ଦ୍ୱାରା ସାଂଘାତିକ ପରିସ୍ଥିତି ସୃଷ୍ଟି ହେବ । ଗାଜାରେ ଏପରି ଦୟନୀୟ ସ୍ଥିତିକୁ ଦେଖି ଜାତିସଂଘ ଓ ଅନ୍ୟ କେତେକ ରାଷ୍ଟ୍ର ଯୁଦ୍ଧବିରତି ପାଇଁ ଆହ୍ୱାନ ଦେଇଛନ୍ତି । ହେଲେ ଇସ୍ରାଏଲ କୌଣସି ପରିସ୍ଥିତିରେ ପଛଘୁଞ୍ଚା ଦେବ ନାହିଁ ବୋଲି କହିଛି । ଅନ୍ୟପଟେ, ଆଜି ହେଉଛି ହାମାସ ବିରୁଦ୍ଧରେ ଇସ୍ରାଏଲର ଯୁଦ୍ଧର ଦଶମ ଦିନ ଏବଂ ଉଭୟ ପାର୍ଶ୍ୱରୁ ଚାଲିଥିବା ଆକ୍ରମଣରେ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ପକ୍ଷରୁ 1300 ଜଣ ପ୍ରାଣ ହରାଇ ସାରିଥିବାବେଳେ ପାଲେଷ୍ଟାଇନ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶେଷ ହିସାବରେ, ଗାଜା ଷ୍ଟ୍ରିପ୍ ରେ ମୃତ୍ୟୁ ସଂଖ୍ୟା 2,750 ଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ 9,700 ଆହତ ହୋଇଛନ୍ତି ।

ସେହିପରି ଖବର ରହିଛି ଯେ, ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ ହମାସ ଶାସିତ ଗାଜା ସହରରେ ଥିବା ହମାସର ଆଡ୍ଡା ଉପରେ ଲଗାତାର ଆକ୍ରମଣ କରୁଛିଲ । ହମାସ ଆତଙ୍କବାଦୀଙ୍କ ମୁଖିଆଙ୍କୁ ଖୋଜି ଖୋଜି ହତ୍ୟା କରୁଛନ୍ତି ଇସ୍ରାଏଲ ସେନା । ହମାସର ୫ଟି ବଡ଼ ଆତଙ୍କବାଦୀଙ୍କୁ ହତ୍ୟା କରିସାରିଥିବା ନେଇ ଖବର ରହଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ, ଗାଜାରୁ ସମସ୍ତ ହମାସ୍ ଆତଙ୍କବାଦୀଙ୍କୁ ମୂଳପୋଛ କରିବ ଇସ୍ରାଏଲ ସେନା । ସେହିପରି ଗାଜା ଦଖଲ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ସ୍ପଷ୍ଟ କରିଛି ଇସ୍ରାଏଲ ।

Leave A Reply

Your email address will not be published.