୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨ ଦଫା ଦାବିରେ ଆଜି ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ ଡାକରା ଦିଆଯାଇଛି। ପାଟଣାଗଡ଼କୁ ନୂଆ ରେଳ ଲାଇନ୍ ଓ ବାଇପାସ୍‌ ଦାବିରେ ସିଟିଜେନ୍ ଫୋରମ୍ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି।  ଫଳରେ ଦୋକାନ ବଜାର, ରାସ୍ତାଘାଟ ଆଦି ବନ୍ଦ ରହିଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାସ୍ତାରେ ଆନ୍ଦୋଳକାରୀମାନେ ପିକେଟିଂ କରି ବନ୍ଦ ପାଳନ କରିଛନ୍ତି। ହରିଶଙ୍କର ରୋଡ୍‌ରେ ୨ଟି ମାଲବାହୀ ଟ୍ରେନ୍ ଅଟକାଇ ପ୍ରତିବାଦ କରିଛନ୍ତି ଆନ୍ଦୋଳନକାରୀ।

ଏହି ବନ୍ଦ ପାଳନରୁ ଅତି ଜରୁରୀ ସେବାକୁ ବାଦ ଦିଆଯାଇଛି। ସୂଚନା ଅନୁଯାୟୀ, ବଲାଙ୍ଗୀର-ନୂଆପଡ଼ା ଭାୟା ପାଟଣାଗଡ଼ ଦେଇ ନୂଆ ରେଳ ଲାଇନ୍ ଦାବିରେ ସିଟିଜେନ୍ ଫୋରମ୍ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ । ସମସ୍ତ ଅନୁଷ୍ଠାନ ବନ୍ଦ ସହ ଅଖ ଚକ ବନ୍ଦ କରିବାକୁ ଡାକରା ଦେଇଛି ସିଟିଜେନ ଫୋରମ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ବନ୍ଦ ପାଳନ । ଏନେଇ । ସିଟିଜେନ ଫୋରମ ସହ କଣ୍ଟାବାଞ୍ଜି ରେଳ ବିଭାଗ ଜି,ଆର, ଏମ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ପୂର୍ବରୁ ଆଲୋଚନା କରିଥିବା ବେଳେ କୌଣସି ବାଟ ଫିଟିନଥିଲା ।

ସିଟିଜେନ ଫୋରମ ନିଜ ଜିଦରେ ଅଟଳ ଥିବା ବେଳେ ଆଜି ବନ୍ଦ ପାଳନ କରାଯାଉଛି । ୨୦୧୪ ମସିହାରେ କେନ୍ଦ୍ର ସରକାର ଏହି ପ୍ରକଳ୍ପର ଲୋକେସନ ସର୍ଭେ ପାଇଁ ମଞ୍ଜୁର କରିଥିଲେ। ଏଥିପାଇଁ ୨.୫ କୋଟି ଟଙ୍କା ବି ଅନୁମୋଦନ କରିସାରିଛନ୍ତି, ଜମି ଚିହ୍ନଟ ବି ସରିଛି।ହେଲେ ପ୍ରକଳ୍ପ କାମ ଆଉ ଆଗେଇ ପାରିନାହିଁ।  ଏଥିପାଇଁ ସିଟିଜେନ୍ ଫୋରମ୍ ପକ୍ଷରୁ ଆନ୍ଦୋଳନ କରାଯାଇଛି।

Leave A Reply

Your email address will not be published.