ସ୍ବିଫ୍ଟ ଡିଜାର କାର ଭିତରୁ ବାହାରିଲା ୧୨୩ ପ୍ୟାକେଟ ବେଆଇନ ଗଞ୍ଜେଇ ଓ ୨ଟି ଜାଲ ନମ୍ବର ପ୍ଲେଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସ୍ବିଫ୍ଟ ଡିଜାର କାର ଭିତରୁ ବାହାରିଲା ୧୨୩ ପ୍ୟାକେଟ ବେଆଇନ ଗଞ୍ଜେଇ ଓ ୨ଟି ଜାଲ ନମ୍ବର ପ୍ଲେଟ | ମୟୁରଭଞ୍ଜ ଜିଲ୍ଲା ଯଶିପୁର ପୋଲିସକୁ ମିଳିଛି ବଡ ସଫଳତା। ସମ୍ବଲପୁର ରୁ ପଶ୍ଚିମବଙ୍ଗକୁ ଏକ ସ୍ବିଫ୍ଟ ଡିଜାର କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ପୋଲିସ ହାତରେ ଧରାପଡିଛି।

ସୋମବାର ଦିନ ପ୍ରାୟ ଦିବା ୧୧ ଘଟିକା ସମୟରେ ଏକ ବିଶେଷ ସୂତ୍ରରୁ ପୋଲିସକୁ ଖବର ପାଇ ଗଞ୍ଜେଇ ଚୋରା ଚାଲାଣ ହେଉଥୁବା ସୂଚନା ମିଳିଥିଲା । ପୋଲିସ ସଜାଗ ରହି ଅପେକ୍ଷା କରି ରହିଥ‌ିଲା। ବଜାର ମଧ୍ୟ ଦେଇ ଏକ ଧଳା ରଙ୍ଗର କାର ନମ୍ବର ଡବ୍ଲ୍ୟୁ-ବି-୨୬କେ- ୩୬୪୩କୁ ପୋଲିସ ଅଟକାଇ ଡିକି ଯାଞ୍ଚ କରିଥିଲା । ଡିକି ଖୋଲି ପୋଲିସ ଯାଞ୍ଚ କରୁଥିବାବେଳେ ସୁଯୋଗ ଦେଖୁ ଜଣେ ମାଫିଆ ଗାଡିରୁ ଚମ୍ପଟ ମାରିଥିଲେ ଓ ଚାଳକକୁ ଗାଡି ଭିତରେ ପୋଲିସ କାବୁ କରିନେଇଥିଲେ। ଥାନାଧିକାରୀ ସଂଯୁକ୍ତା ମହାଳିକ ସ୍ଥାନୀୟ ଯୁବକ ଓ ପୋଲିସ ମାଫିଆ ଜଣକ ଖସି ପଳାଉଥିବାବେଳେ ଗୌଡ଼ଗାଁ ନିକଟରେ ଧରାପଡିବା ସହିତ ତାକୁ ଥାନାକୁ ଆଣିଥିଲେ ।

ଗାଡି ଭିତରୁ ୧୨୩ ପ୍ୟାକେଟ ପାଖାପାଖୁ ୧.୨୦ କ୍ରିଣ୍ଟାଲ ଗଞ୍ଜେଇ ପୋଲିସ ଜବତ କରିଛି। ଏଥିସହିତ ଏହି କାର ମଧ୍ୟରୁ ୨ଟି ଜାଲ ନମ୍ବର ପ୍ଲେଟ ଥୁବାର ଦେଖିବାକୁ ମିଳିଛି। ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଆକଳନ କରିଛି। ମାଜିଷ୍ଟ୍ରେଟ ଭାବେ ତହସିଲଦାର କ୍ରିସେନସିଆ ତିର୍କୀ ଓ ଉପଖଣ୍ଡ ଥାନା ଅଧିକାରୀ ସୁବ୍ରତ କୁମାରଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ ହୋଇଥିଲା। ତେବେ ଧରାପଡିଥୁବା ଚାଳକ ଓ ଜଣେ ମାଫିଆ ପଶ୍ଚିମବଙ୍ଗ ରାଜ୍ୟର ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ବୋଲି ଜଣାପଡିଛି।

Leave A Reply

Your email address will not be published.